Latest Odisha News

BREAKING NEWS

ରାଜ୍ୟପାଳଙ୍କ ଘୋଷଣା: ଦର ନ କମିବା ଯାଏ ରାଜଭବନରେ ପଶିବନି ଟମାଟୋ

ଚଣ୍ଡିଗଡ:କେବଳ ଓଡ଼ିଶା ନୁହେଁ, ଦେଶରେ ଦିନକୁ ଦିନ ଅହେତୁକ ଭାବେ ବୃଦ୍ଧି ପାଉଛି ଟମାଟୋ ଦର । ଯାହାକି ବର୍ତ୍ତମାନ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ପଞ୍ଜାବ ଚଣ୍ଡିଗଡ ମାର୍କେଟରେ କିଲୋ ପ୍ରତି ୨୫୦ ଟଙ୍କାରେ ବିକ୍ରି ହେଉଛି । ଫଳରେ ଉଚ୍ଚ ଦର ଯୋଗୁଁ ଲୋକଙ୍କ ହାଣ୍ଡିଶାଳରୁ ଟମାଟୋ ଉଭାନ୍ ହୋଇଯାଇଛି ।

ଟମାଟୋର ଦରକୁ ଦେଖି ପଞ୍ଜାବ ରାଜଭବନରେ ମଧ୍ୟ ଟମାଟୋକୁ ବାରଣ କରାଯାଇଛି । ରାଜ୍ୟପାଳ ବନଓ୍ବାରୀଲାଲ ପୁରୋହିତ ରାଜଭବନରେ ଟମାଟୋ ବ୍ୟବହାର ଉପରେ ରୋକ ଲଗାଇଛନ୍ତି । ଟମାଟୋ ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଭୂତପୂର୍ବ ଦର ବୃଦ୍ଧି ଯୋଗୁଁ ଲୋକେ ଟମାଟୋ କିଣିପାରୁନାହାନ୍ତି ।

ତେଣୁ ରାଜ୍ୟପାଳ ଲୋକଙ୍କ ଉପରେ ପଡୁଥିବା ଏହି ପ୍ରଭାବକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି  ଏବଂ ନିଜକୁ ଲୋକଙ୍କ ସହ ସାମିଲ କରିଛନ୍ତି । ତାଙ୍କ ଖାଦ୍ୟରୁ ଅସ୍ଥାୟୀ ରୂପେ ଟମାଟୋକୁ ବାଦ ଦେଇଛନ୍ତି ।

ରାଜ୍ୟପାଳ ବନଓ୍ବାରୀଲାଲ ପୁରୋହିତଙ୍କ କହିବା ଅନୁଯାୟୀ କୌଣସି ବସ୍ତୁର ଉପଯୋଗ କମ୍ କଲେ , ଏହାର ମୂଲ୍ୟ ଉପରେ ପ୍ରଭାବ ପଡିଥାଏ । ତେଣୁ ସେ ଆଶାବ୍ୟକ୍ତ କରିଛନ୍ତି ଯେ ଲୋକେ ନିଜ ନିଜ ଘରେ ଟମାଟୋର ବିକଳ୍ପ ବ୍ୟବହାର କରିବେ ଏବଂ ଟମାଟୋର ମୂଲ୍ୟବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ସହାୟତା କରିବେ । ଯାହା ବି ହେଉ, ଯେପର୍ଯ୍ୟନ୍ତ ଟମାଟୋ ସାଧାରଣ ଲୋକଙ୍କ କ୍ରୟ ଯୋଗ୍ୟ ହୋଇନାହିଁ , ସେ ପର୍ଯ୍ୟନ୍ତ ରାଜଭବନକୁ ଟମାଟୋ ପଶିବ ନାହିଁ ବୋଲି ସେ ଘୋଷଣା କରିଛନ୍ତି । ସୂଚନାଥାଉ କି, ଏଠାରେ ଟମାଟୋ ଦର ମଣ୍ଡିରେ ୨୫୦ ଟଙ୍କା ଥିବାବେଳେ ଖୁଚରା ବଜାରରେ ଏହାର ଦାମ ୩୦୦ ଟଙ୍କା ରହିଛି ।

Leave A Reply

Your email address will not be published.