Latest Odisha News

BREAKING NEWS

ଚନ୍ଦ୍ରମୂଖୀ ୨ରେ କଙ୍ଗନାଙ୍କ ଲୁକ ଜାରୀ

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନାୱତ ଏବେ ବହୁ ଚର୍ଚ୍ଚିତ ହରର କମେଡି ଚନ୍ଦ୍ରମୂଖୀ ୨ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଶନିବାର ଏହି ଫିଲ୍ମର କଙ୍ଗନାଙ୍କ ପ୍ରଥମ ଲୁକ ଜାରୀ କରାଯାଇଛି । ଯାହାକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଏହା ପୂର୍ବରୁ ରାଘବ ଲରେନ୍ସଙ୍କ ଫାଷ୍ଟ ଲୁକ ଜାରୀ ହୋଇଥିଲା । ଜଣେ ରାଣୀ ରୂପରେ କଙ୍ଗନା ଏଥିରେ ଅଭିନୟ କରୁଛନ୍ତି । ମେକର୍ସଙ୍କ ପକ୍ଷରୁ ଜାରୀ କରାଯାଇଥିବା ପୋଷ୍ଟରରେ ଲେଖାଯାଇଛି, ଈର୍ଷାପୂର୍ଣ୍ଣ, ପ୍ରଭାବଶାଳୀ ଓ ଭବ୍ୟ ରାଣୀଙ୍କ ପ୍ରଥମ ଲୁକ ଆପଣଙ୍କୁ ପସନ୍ଦ ଆସିବ । ଫିଲ୍ମକୁ ଗଣେଷ ଚତୁର୍ଥୀ ଅବସରରେ ରିଲିଜ କରାଯିବ ବୋଲି ମେକର୍ସଙ୍କ ପକ୍ଷରୁ ଏହି ଅବସରରେ ଘୋଷଣା କରାଯାଇଛି ।

୨୦୦୫ରେ ପି.ବସୁଙ୍କ ଦ୍ୱାରା ନିର୍ଦ୍ଦେଶିତ ଚନ୍ଦ୍ରମୂଖୀ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ରଜନୀକାନ୍ତ ଓ ଜ୍ୟୋତିକାଙ୍କ ଅଭିନୟକୁ ପ୍ରଶଂସକମାନେ ପସନ୍ଦ କରିଥିଲେ । ୧୮ ବର୍ଷ ପରେ ଏହାର ସିକ୍ୱେଲ କରାଯାଉଛି । ଏହି ଫିଲ୍ମ ମଧ୍ୟ ବକ୍ସ ଅଫିସରେ ଭଲ ବ୍ୟବସାୟ କରିବ ବୋଲି ମେକର୍ସଙ୍କ ପକ୍ଷରୁ ଆଶା ବ୍ୟକ୍ତ କରଯାଇଛି ।

Leave A Reply

Your email address will not be published.