Latest Odisha News

BREAKING NEWS

ପଂଜାବ ଆପ୍ ସରକାରଙ୍କୁ ଝଟକା: ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ପ୍ରସ୍ତାବକୁ ରଦ୍ଦ କଲେ ରାଜ୍ୟପାଳ

ଚଣ୍ଡୀଗଡ଼ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ପ୍ରସ୍ତାବକୁ ନେଇ ରାଜ୍ୟପାଳ ବନବାରିଲାଲ ପୁରୋହିତ ଅନୁମତି ଦେଇନାହାଁନ୍ତି । ଆସନ୍ତାକାଲି ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଚାହୁଁଥିଲେ ମାନ ସରକାର । ଏହାକୁ ରଦ୍ଦ କରିଛନ୍ତି ରାଜ୍ୟପାଳ । ଏନେଇ ପଂଜାବର ଆପ ସରକାର ବିଜେପି ଉପରେ ଅଭିଯୋଗ ଲଗାଇଥିବା ବେଳେ ଆପ୍ ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିଓ୍ବାଲ ଏହାକୁ ଗଣତନ୍ତ୍ରର ହତ୍ୟା ବୋଲି କହିଛନ୍ତି ।

ପଂଜାବ ମୁଖ୍ୟମନ୍ତ୍ରୀ ମାନ କହିଛନ୍ତି ଯେ ପଂଜାବରେ ବିଜେପି ଦ୍ୱାରା କରାଯାଇଥିବା ‘ଅପରେସନ୍ ଲୋଟସ୍’ ପୂର୍ବରୁ ଦିଲ୍ଲୀରେ ବିଫଳ ହୋଇଛି। ପଂଜାବରେ ବିଜେପି ଆପ ବିଧାୟକଙ୍କୁ କିଣିପାରି ନାହିଁ। ତେଣୁ ଆମେ ସଂଖ୍ୟା ଗରିଷ୍ଠତା ବିଜେପିକୁ ଦେଖାଇବାକୁ ଚାହୁଁଛୁ । ଆମର ସବୁ ବିଧାୟକ ସରକାରଙ୍କ ସପକ୍ଷରେ ଅଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଦିଲ୍ଲୀ ପରେ ବର୍ତ୍ତମାନ ପଞ୍ଜାବ ଆପ୍ ବିଧାୟକଙ୍କ ଉପରେ ନଜର ପକାଇଛି ବିଜେପି। ଆପର ଦଳୀୟ ବିଧାୟକଙ୍କୁ ଟଙ୍କା ଦେଇ କିଣିବାକୁ ଚାହୁଁଛି ବିଜେପି । ତେବେ ଏହାକୁ ନେଇ ପଂଜାବ ସରକାର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିବା ପାଇଁ ରାଜ୍ୟପାଳଙ୍କୁ ପ୍ରସ୍ତାବ ଦେଇଥିଲେ । ରାଜ୍ୟପାଳ ଏହାକୁ ଅନୁମତି ଦେଇନାହାଁନ୍ତି ।  ଆସ୍ଥାଭୋଟ ଲଢ଼ିବା ପାଇଁ ସ୍ବତନ୍ତ୍ର ଅଧିବେଶନ ଡାକିବାର ଏପରି କିଛି ନିୟମ ନାହିଁ ବୋଲି କହିଛନ୍ତି ରାଜ୍ୟପାଳ ।

ଠାରେ ସୂଚନାଯୋଗ୍ୟ ବିଧାୟକଙ୍କୁ କିଣା ମାମଲା ଘଟଣାର ତଦନ୍ତ ପାଇଁ ଭିଜିଲାନ୍ସ ବିଭାଗକୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ମାନ ସରକାର ।

Comments are closed.