Latest Odisha News

ଅକ୍ଷୟଙ୍କ ସହ ତୁଳନାରେ ରାଗିଗଲେ ପଞ୍ଜାବ ଅଲରାଉଣ୍ଡର ହରପ୍ରୀତ

ଅହମ୍ମଦାବାଦ: ଆଇପିଏଲର ଶୁକ୍ରବାର ଅନୁଷ୍ଠିତ ମୁକାବିଲାରେ ପଞ୍ଜାବ କିଙ୍ଗ୍‌ସର ଅଲରାଉଣ୍ଡର ହରପ୍ରୀତ ବରାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଚମତ୍କାର ବୋଲିଂ ପ୍ରଦର୍ଶନ କରି ଦଳକୁ ବିଜୟୀ କରାଇଥିଲେ । ଏହା ପରେ ବିଭିନ୍ନ ମହଲରୁ ତାଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଲା । ଜଣେ ପ୍ରଶଂସକ ତାଙ୍କୁ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ସହ ତୁଳନା କରି ଲେଖିଥିଲେ, ପାଜି ଆପ ସିଙ୍ଗ ଇଜ ବ୍ଲିଙ୍ଗ କେ ଅକ୍ଷୟ କୁମାର ଦିଖତେ ହୋ ।

ଏଥିରେ ଖୁସି ହେବା ବଦଳରେ ହରପ୍ରୀତ ରାଗି ଯାଇଥିଲେ, ସେ ଏହାର ଉତରରେ ଲେଖିଥିଲେ ପୈସା କେ ଲିୟେ ଟର୍ବାନ ନେହି ପହନତେ ହମ । ତାଙ୍କର ଏହି ଉତରରେ ସୋସିଆଲ ସାଇଟରେ ଭାଇରାଲ ହେବାରେ ଲାଗିଛି । ସୂଚନାଯୋଗ୍ୟ, ୨୦୧୫ରେ ଅକ୍ଷୟଙ୍କ ସିଂ ଇଜ ବ୍ଲିଙ୍ଗ ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା । ସେ ଏଥିରେ ଜଣେ ଶିଖ ଯୁବକର ଅଭିନୟ କରିଥିଲେ ।

Comments are closed.