Latest Odisha News

BREAKING NEWS

କୋହଲିଙ୍କ ଲଢ଼ୁଆ ବ୍ୟାଟିଂ : ପଞ୍ଜାବ ସମ୍ମୁଖରେ ୧୭୨ ରନର ଲକ୍ଷ୍ୟ ରଖିଲା ବାଙ୍ଗାଲୋର

ସାରଜା:ଅଧିନାୟକ ବିରାଟ କୋହଲିଙ୍କ ଲଢ଼ୁଆ ବ୍ୟାଟିଂ ସହାୟତାରେ ଚଳିତ ଆଇପିଏଲର ଗୁରୁବାର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କିଙ୍ଗସ ଇଲେଭେନ ପଂଜାବ ଆଗରେ ୧୭୨ ରନର ବିଜୟ ଲକ୍ଷ୍ୟ ରଖିଛି । ବାଙ୍ଗାଲୋରର ଅଧିନାୟକ କୋହଲି ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୭୧ ରନ କରିଥିଲେ । ଦଳର ଦୁଇ ଓପନର ଆରୋନ ଫିଞ୍ଚ ଓ ଦେବଦତ୍ତ ପଡିକଲ୍ଲ ୨୦ ଓ ୧୮ ରନ କରି ଆଉଟ ହୋଇଥିଲେ ।  କୋହଲି ସତର୍କତାର ସହ ଖେଳି ୩୯ ବଲରେ ୪୮ ରନ କରିଥିଲେ ।  ଶିଭମ ଦୁବେ ୨୩ ଓ କ୍ରିସ ମୋରିସ ୨୫ ରନର ଯୋଗଦାନ ଦେଇଥିଲେ ।

BjdElectrycity

ବାଙ୍ଗାଲୋର ଦଳ  ୭ଟି ମ୍ୟାଚ ଖେଳି ୫ ବିଜୟ ୨ ପରାଜୟ ସହ ୧୦ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ରହିଛି । ମାତ୍ର ପଞ୍ଜାବ ଦଳର ପ୍ରଦର୍ଶନ ସବୁଠାରୁ ଖରାପ ରହିଆସିଛି । ଦଳ ୭ଟି ମ୍ୟାଚ ଖେଳି ଗୋଟିଏ ମ୍ୟାଚରେ ବିଜୟ ହାସଲ କରି ମାତ୍ର ୨ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ତଳେ ରହିଛି ।

Leave A Reply

Your email address will not be published.