Latest Odisha News

BREAKING NEWS

ପବ୍‌ଜିରୁ ବନ୍ଧୁତା, ପରେ ଗଣଦୁଷ୍କର୍ମ ଓ ଶେଷରେ ବ୍ଲାକମେଲିଂ !

ମଧ୍ୟପ୍ରଦେଶ: ନାବାଳକଙ୍କ ଅମାନୁଷିକ କାଣ୍ଡ । ନାବାଳିକାକୁ କରିଥିଲେ ଟାର୍ଗେଟ୍ । ବୁଧବାର ଭୋପାଳ ସହରରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଭଳି ଘଟଣା ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରିଥିଲା । କାହିଁକି ନା ଗଣଦୁଷ୍କର୍ମର କାର୍ପଟଦାର ସାଜିଥିଲେ ତିନିଜଣ ନାବାଳକ । ଅନ୍ୟପଟେ ପୀଡିତା ବି ମାତ୍ର ୧୪ଟି ଫଗୁଣ ଡେଇଁଛି ।

ଥରେ ଅଧେ ନୁହେଁ ମାସାଧିକ କାଳ ଧରି ବାରମ୍ବାର ଜଣେ ୧୪ ବର୍ଷୀୟା ନାବାଳିକା ସହ ଗଣଦୁଷ୍କର୍ମ କରିଥିଲେ ତିନିଜଣ ନାବାଳକ । ରମ୍ଭା ନଗରରେ ରହୁଥିବା ଅଭିଯୁକ୍ତମାନେ ପବ୍‌ଜି ଖେଳ ଜରିଆରେ ନାବାଳିକା ସହ ବନ୍ଧୁତା ସ୍ଥାପନ କରିଥିଲେ ।

ପୋଲିସ ରିପୋର୍ଟ ଅନୁଯାୟୀ ବୁଧବାର ପୀଡିତା ଜଣକ ଥାନାରେ ଏତଲା ଦେବାପରେ ଘଟଣା ସାମ୍ନାକୁ ଆସିଥିଲେ । ଘଟଣା ଅନୁଯାୟୀ ସେପ୍ଟେମ୍ବର ମାସରେ ୩ ନାବାଳକ ରମ୍ଭା ନଗରକୁ ନାବାଳିକାକୁ ସାକ୍ଷାତ କରିବାକୁ ଡାକିଥିଲେ । ନାବାଳିକାଟି ଠିକଣା ଜାଗାରେ ପହଂଚିବା ପରେ ତିନିଜଣ ଦୁଷ୍କର୍ମ କରିଥିଲେ ।

ତେବେ ଘଟଣା ଏତିକିରେ ଥମି ନଥିଲା । ଦୁଷ୍କର୍ମ ସମୟରେ ସେମାନେ ଭିଡିଓ ବି ଉତ୍ତୋଳନ କରିଥିଲେ । ସେହି ଭିଡିଓକୁ ଦେଖାଇ ପୀଡିତା ସହ ଏକାଧିକ ଥର ଦୁଷ୍କର୍ମ ବି କରିଥିଲେ । ଅନ୍ୟପଟେ ଝିଅର ହାବଭାବ ଦେଖି ପୀଡିତାଙ୍କ ମା’ ପଚରାଉଚରା କରିବାକୁ ପଦାକୁ ଆସିଥିଲା ସମସ୍ତ ଘଟଣା । ଶେଷରେ ତିନି ଅଭିଯୁକ୍ତଙ୍କୁ ପୋକ୍ସୋ ଆକ୍ଟରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.