Latest Odisha News

BREAKING NEWS

ସିନ୍ଧୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ରାଜ୍ୟ ପିସିସି ସଭାପତି

ଚଣ୍ଡିଗଡ: ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ ନିର୍ବାଚନ ହାରିବା ପରେ ତାଙ୍କ ବିରୋଧରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ଚୌଧୁରୀ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖି ରାଜ୍ୟରେ କଂଗ୍ରେସର ଅବ୍ୟବସ୍ଥା ନେଇ ଆଲୋକପାତ କରିଛନ୍ତି। ଦଳ ବିରୋଧୀ କାମ ପାଇଁ ସିଦ୍ଧୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ସୁପାରିସ କରିଛନ୍ତି। ଏପରିକି ଦଳୀୟ ନେତୃତ୍ୱ ଏହି ମାମଲାକୁ ଶୃଙ୍ଖଳା କମିଟି ନିକଟକୁ ପଠାଇ ଦେଇଛନ୍ତି।

ପଞ୍ଜାବ କଂଗ୍ରେସ ମୁଖ୍ୟ ଅମରିନ୍ଦର ସିଂହ ରାଜା ଏବଂ ଏଆଇସିସି ପ୍ରଭାରୀ ହରିଶ ଚୌଧୁରୀ ସିଦ୍ଧୁଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ୍ ଜାରି କରିବାକୁ ହାଇକମାଣ୍ଡଙ୍କୁ କହିଛନ୍ତି। ପଞ୍ଜାବ କଂଗ୍ରେସ ମୁଖ୍ୟ ଅମରିନ୍ଦର ସିଂହ ରାଜା ନବଜୋତ ସିଂହ ସିଦ୍ଧୁଙ୍କୁ ଚିଠି ଲେଖି ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, ମୁଁ ଜାଣିବାକୁ ପାଇଛି ଯେ ନିର୍ବାଚନ ପୂର୍ବରୁ ମଧ୍ୟ ସିଦ୍ଧୁ ଲଗାତାର ଭାବେ ଦଳର ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଉଛନ୍ତି। ନବଜୋତ ସିଂହ ସିଦ୍ଧୁ ଅନେକ ସମୟରେ ଅନ୍ୟ ଦଳର ନେତାଙ୍କୁ ପ୍ରଶଂସା କରି ଆସୁଛନ୍ତି। କଂଗ୍ରେସ ପକ୍ଷରୁ ପିକେଙ୍କୁ ନିମନ୍ତ୍ରଣ କରାଯାଇ ନଥିବା ବେଳେ ମଧ୍ୟ ପ୍ରଶାନ୍ତ କିଶୋର ପିକେଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ପ୍ରଶାନ୍ତ କିଶୋରଙ୍କୁ ସେ ତାଙ୍କର ପୁରୁଣା ବନ୍ଧୁ ବୋଲି କହିଛନ୍ତି।

Comments are closed.