Latest Odisha News

BREAKING NEWS

ଅଭୟଚାନ୍ଦପୁର ଥାନା ହାଜତ ହତ୍ୟା: ପୋଲିସ ଅଧିକାରୀ ଓ ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର: ପାରାଦ୍ଵୀପର ଅଭୟଚାନ୍ଦପୁର ଥାନାରେ ମନୋରଞ୍ଜନ ଗେଡି ନାମକ ଯୁବକଙ୍କୁ ବ୍ୟକ୍ତିଙ୍କୁ ବାଡେଇ ବାଡେଇ ମାରିଦେବା ପ୍ରତିବାଦରେ ଆଜି ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ମାନବାଧିକାର ତଥା ରାଜନୈତିକ ଗଣ-ସଂଗଠନ ପ୍ରତିବାଦ କରିଛନ୍ତି। ଅପରାଧୀ ସନ୍ଦେହରେ କୌଣସି ବ୍ୟକ୍ତିଙ୍କୁ ଗିରଫ କରି ୨୪ଘଣ୍ଟା ମଧ୍ୟରେ କୋର୍ଟରେ ହାଜର କରାଇ ଜେଲ ପଠାଇବା ଦାୟିତ୍ଵ ପୋଲିସକୁ ଦିଆଯାଇ ଥିବାବେଳେ ପୋଲିସ ଆଜି ନିଜେ ନ୍ୟାୟାଳୟ ଓ ବିଚାରକ ସାଜି ବିଚାର ପୂର୍ବରୁ ଦଣ୍ଡ ଦେଉଛି ।

ପୋଲିସର ଏପରି କାର୍ଯ୍ୟ ଭାରତୀୟ ଦଣ୍ଡବିଧି ଆଇନକୁ ପ୍ରହସନ ବୋଲି ପ୍ରତିବାଦକାରୀ ମାନେ କହିଛନ୍ତି । ବର୍ତ୍ତମାନ ଅଭୟଚାନ୍ଦପୁର ଥାନାରେ ଆଇ.ଆଇ.ସି ଥିବା ଜୀବନାନନ୍ଦ ଜେନା ପୂର୍ବରୁ ପୁରୀ ଜିଲ୍ଲାର ବାସେଳିସାହି ଥାନାରେ ଥିବାବେଳେ କେ. ରମେଶ ନାମକ ଜଣେ ବ୍ୟକ୍ତିଙ୍କୁ ସନ୍ଦେହରେ ଥାନାକୁ ଆଣି ତାକୁ ଶାରୀରିକ ନିର୍ଯାତନା ଦେବାଫଳରେ ସମ୍ପୃକ୍ତ ବ୍ୟକ୍ତିର ମୃତ୍ୟୁ ହୋଇଯାଇଥିଲା । ସମ୍ପୃକ୍ତ ବ୍ୟକ୍ତିର ପରିବାରବର୍ଗ ଓ ସ୍ଥାନୀୟ ବାସିନ୍ଦାଙ୍କ ପ୍ରତିବାଦ ଫଳରେ ପୋଲିସ ମୃତ ଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର ନକରି ଅତ୍ୟନ୍ତ ତରବରିଆ ଭାବେ ଶବଟିକୁ ପୋଡ଼ି ଦେଇଥିଲେ । ଅନୁରୂପ ଭାବେ ଅଭୟଚାନ୍ଦପୁର ଥାନାରେ ମନୋରଞ୍ଜନ ଗେଡିଙ୍କୁ ମଧ୍ୟ ପୋଲିସ ନିର୍ଯାତନା ଦେଇ ମାରି ଦେଇଥିବାର ଅଭିଯୋଗ ହୋଇଛି। ମୃତକଙ୍କ ପରିବାରକୁ କୌଣସି ସୂଚନା ନଦେଇ ରାତ୍ରି ୩ଟାରେ ମନୋରଞ୍ଜନଙ୍କ ମୃତଦେହକୁ ତରବରିଆ ଭାବେ ପୋଷ୍ଟମର୍ଟମ କରଯାଇଥିଲା ।

ତେଣୁ ଏହି ମାମଲାରେ ହାଇକୋର୍ଟ ତତ୍ତ୍ଵାବଧାନରେ ଏସ.ଆଇ.ଟି ଗଠନ କରି ଘଟଣାର ତଦନ୍ତ, ଅଭୟଚାନ୍ଦପୁର ଥାନା ସମେତ ସମସ୍ତ ଥାନାରେ ହାଜତ ମୃତ୍ୟୁ ପାଇଁ ଦାୟୀ ପୋଲିସ ଅଧିକାରୀଙ୍କ ବିରୋଧରେ ଧାରା ୩୦୨ ଅନୁଯାୟୀ ମକଦ୍ଦମା ରୁଜ୍ଜୁ କରିବା ଓ ନିରପେକ୍ଷ ତଦନ୍ତ ପାଇଁ ଅବିଳମ୍ବେ ଅଭୟଚାନ୍ଦପୁର ଥାନାର ଆଇ.ଆଇ.ସି ଓ ଜଗତସିଂପୁର ଜିଲ୍ଲାର ଏସ.ପି ଙ୍କୁ ସସପେଣ୍ଡ କରିବା , ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ପ୍ରତିବାଦକାରୀ ମାନେ ଦାବି କରିଛନ୍ତି।

Leave A Reply

Your email address will not be published.