ପଞ୍ଜାବ ସରକାରଙ୍କ ମୁଣ୍ଡବିନ୍ଧା ପାଲଟିଥିବା ଫେରାର୍ ଖଲିସ୍ତାନ ସମର୍ଥକ ଅମୃତପାଲ ସିଂ ଏବେ ପୁଣି ଏକ ନୂଆ ସମସ୍ୟା ଛିଡ଼ା କରିଛି । ସୂଚନା ଅନୁସାରେ ଅମୃତପାଲ ଆସନ୍ତା ୧୪ ତାରିଖରେ ‘ଅକାଲ ତଖତ’ ମୁଖିଆଙ୍କ ବୈଠକ ଡାକିଥିବାରୁ ରାଜ୍ୟ ପୋଲିସକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ। ଏଥିସହ ଏପ୍ରିଲ ୧୪ ପର୍ଯ୍ୟନ୍ତ ପଞ୍ଜାବ ପୋଲିସର ସମସ୍ତ ଗେଜେଟେଡ୍ ଓ ଅଣ ଗେଜେଟେଡ୍ ଅଫିସରଙ୍କ ଛୁଟି ବାତିଲ କରାଯାଇଛି। କେବଳ ସେତିକି ନୁହେଁ ଆସନ୍ତା ୧୪ ପର୍ଯ୍ୟନ୍ତ କୌଣସି ଛୁଟି ଆବେଦନ ନ କରିବାକୁ ଓ ପୂର୍ବରୁ ଅନୁମୋଦିତ ସବୁ ପ୍ରକାର ଛୁଟି ମଧ୍ୟ ତୁରନ୍ତ ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସେପଟେ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି କହିଛି ଯେ କେବଳ ଅକଲ ତଖତ ମୁଖିଆ ହିଁ “ସରବତ୍ ଖାଲସା” ବୈଠକ ଡାକିପାରିବେ । ଏପରି ବୈଠକ ଡାକିବାକୁ ଅନ୍ୟ କାହାର ବି ଅଧିକାର ନାହିଁ ।
Comments are closed.