Latest Odisha News

ଭାଇରାଲ ହେଉଛି ତାପସୀଙ୍କ ୬ ପ୍ୟାକ ଚେହେରା

ମୁମ୍ବାଇ: ତାପସୀ ପାନ୍ନୁଙ୍କ ୬ ପ୍ୟାକ ଚେହେରା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାପସୀ ତାଙ୍କର ଏହି ଫଟୋ ଇନଷ୍ଟାଗ୍ରାମରେ ଛାଡିବା ପରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । ଏପରିକି କେତେଜଣ ତାଙ୍କୁ ଟାଇଗର ଶ୍ରଫଙ୍କ ସହ ତୁଳନା କରିଛନ୍ତି । ଏହି ଫଟୋରେ ସେ ଜିମ ଟ୍ରେନର ସୁଜିତ କାରଗୁଟକରଙ୍କ ସହ ସେ କଳା ରଙ୍ଗର ପୋଷାକ ପରିଧାନ କରି ବେଶ ଆକର୍ଷକ ଲାଗୁଛନ୍ତି । ତାପସୀ ଏବେ ଜି୫ର ବ୍ଲର, ରାଜକୁମାର ହୀରାନୀଙ୍କ ଡଙ୍କି ଓ ଫିର ଆଇ ହସୀନ ଦିଲରୁବା ଶୁଟିଂରେ ବ୍ୟସ୍ତ ଅଛନ୍ତି । ସେ ୬ ପ୍ୟାକ ଚେହେରା ଆଣିବା ପଛରେ କାରଣ କିନ୍ତୁ ସ୍ପଷ୍ଟ କରି ନାହାନ୍ତି ।

ଚଳଚ୍ଚିତ୍ର ସମୀକ୍ଷକଙ୍କ ମତରେ ତାପସୀ କୌଣସି ସ୍ପୋର୍ଟ୍ସ ଫିଲ୍ମ ପାଇଁ ଏହି ୬ ପ୍ୟାକ ଚେହେରା ପ୍ରସ୍ତୁତ କରିଛନ୍ତି । ଦୀର୍ଘ ଦିନ ଧରି କଠିନ ପରିଶ୍ରମ କରିବା ପରେ ମୁଁ ଏହି ଚେହେରା ପାଇଛି ବୋଲି ତାପସୀ କହିଛନ୍ତି । ଶାହାରୁଖ ଖାଁଙ୍କ ସହ ଡଙ୍କି ଫିଲ୍ମ ନେଇ ସେ ବେଶ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି ।

Leave A Reply

Your email address will not be published.