Latest Odisha News

BREAKING NEWS

ମହାମାୟା ବିଶ୍ୱରୂପା ପୀଠରେ ଝାମୁ ଯାତ୍ରା; ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

ଯାଜପୁର : ଭଗବାନଙ୍କ ପ୍ରତି ଥିବା ନିଷ୍ଠା ଓ ବିଶ୍ୱାସର ପ୍ରତୀକ ଏହି ଝାମୁଯାତ୍ରା । ବରୁହାଁ ପଞ୍ଚାୟତ କେତକୀଆ ଜଗତ୍‌ଜନନୀ ମହାମାୟା ବିଶ୍ୱରୂପା ପୀଠରେ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଛି । ବର୍ଷ ବର୍ଷ ଧରି ଆଦ୍ୟଶକ୍ତି ଜଗତ ଜନନୀ ମହାମାୟା ବିଶ୍ଵରୂପା ପୀଠରେ ଚାଲିଛି ଏହି ପରମ୍ପରା ।ଏହି ଝାମୁଯାତ୍ରା ଦୀର୍ଘ ୪୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ପାଳନ କରାଯାଉଛି ।

ବିଶ୍ୱାସ ରହିଛି ଯେ, ଏହି ପୀଠରେ ମାନସିକ ରଖି ଝାମୁ ଯାତ୍ରାରେ ସାମିଲ ହେଲେ ଶ୍ରଦ୍ଧାଳୁଙ୍କ ମାନସିକ ପୂରଣ ହୋଇଥାଏ ।୧୯୮୧ ମସିହାରେ ହରେକୃଷ୍ଣ ସିଂହଦେଵ ଏଠାରେ ଝାମୁ ଯାତ୍ରା ଆରମ୍ଭ କରିଥିଲେ । ଝାମୁଯାତ୍ରା ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଏଥିସହ ରୋଗ ବୈରାଗରୁ ମୁକ୍ତି ପାଇଁ ମଧ୍ୟ ପଣା ପିଇକି ଯାଆନ୍ତି ଶ୍ରଦ୍ଧାଳୁ ।

ଏହି ପୀଠର ମୁଖ୍ୟ ପୁରୋଧା ପୂଜକ ନନ୍ଦ କିଶୋର ପାଣିଗ୍ରାହୀଙ୍କର ନେତୃତ୍ୱରେ ମହାବିଷୁବ ସଂକ୍ରାନ୍ତି ଦିନ ଠାରୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ । ଚୈତ୍ର ପୂର୍ଣ୍ଣୀମାରେ ଦିନ ଅଗ୍ନି ସଂଯୋଗ କରାଯାଇ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥାଏ । ସ୍ଥାନୀୟ ମନ୍ଦିର କମିଟି ପକ୍ଷରୁ ଝାମୁଯାତ୍ରା ପରିଚାଳନା କରିବା ସହିତ ଭକ୍ତମାନଙ୍କର ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବିଗତ ଚାରିଦିନ ଧରି ଅନୁଷ୍ଠିତ ଏହି ଯାତ୍ରାରେ ଦୈନିକ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା ହୋଇଛି ।

 

Leave A Reply

Your email address will not be published.