Latest Odisha News

BREAKING NEWS

ଚିନ୍ତା ବଢ଼ାଇଲା ଫେରାର୍ ଖଲିସ୍ତାନ ସମର୍ଥକ ଅମୃତପାଲ ସିଂ, ୧୪ ଯାଏଁ ପଞ୍ଜାବ ପୋଲିସର ସବୁ କର୍ମଚାରୀଙ୍କ ଛୁଟି ବାତିଲ

ଞ୍ଜାବ ସରକାରଙ୍କ ମୁଣ୍ଡବିନ୍ଧା ପାଲଟିଥିବା ଫେରାର୍ ଖଲିସ୍ତାନ ସମର୍ଥକ ଅମୃତପାଲ ସିଂ ଏବେ ପୁଣି ଏକ ନୂଆ ସମସ୍ୟା ଛିଡ଼ା କରିଛି । ସୂଚନା ଅନୁସାରେ ଅମୃତପାଲ ଆସନ୍ତା ୧୪ ତାରିଖରେ ‘ଅକାଲ ତଖତ’ ମୁଖିଆଙ୍କ ବୈଠକ ଡାକିଥିବାରୁ ରାଜ୍ୟ ପୋଲିସକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ। ଏଥିସହ ଏପ୍ରିଲ ୧୪ ପର୍ଯ୍ୟନ୍ତ ପଞ୍ଜାବ ପୋଲିସର ସମସ୍ତ ଗେଜେଟେଡ୍ ଓ ଅଣ ଗେଜେଟେଡ୍ ଅଫିସରଙ୍କ ଛୁଟି ବାତିଲ କରାଯାଇଛି। କେବଳ ସେତିକି ନୁହେଁ ଆସନ୍ତା ୧୪ ପର୍ଯ୍ୟନ୍ତ କୌଣସି ଛୁଟି ଆବେଦନ ନ‌ କରିବାକୁ ଓ ପୂର୍ବରୁ ଅନୁମୋଦିତ ସବୁ ପ୍ରକାର ଛୁଟି ମଧ୍ୟ ତୁରନ୍ତ ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି କହିଛି ଯେ କେବଳ ଅକଲ ତଖତ ମୁଖିଆ ହିଁ “ସରବତ୍ ଖାଲସା” ବୈଠକ ଡାକିପାରିବେ । ଏପରି ବୈଠକ ଡାକିବାକୁ ଅନ୍ୟ କାହାର ବି ଅଧିକାର ନାହିଁ ।

Leave A Reply

Your email address will not be published.