Latest Odisha News

BREAKING NEWS

ଆତଙ୍କବାଦୀ ପରବିନ୍ଦର ସିଂହ ଆବୁଧାବିରୁ ଗିରଫ

ନୂଆଦିଲ୍ଲୀ: ପଞ୍ଜାବ ପୋଲିସ ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ବବର ଖାଲସା ଇଣ୍ଟରନ୍ୟାସନାଲ (ବିକେଆଇ) ସହିତ ଜଡିତ ଆତଙ୍କବାଦୀ ପରବିନ୍ଦର ସିଂହ ଓରଫ ପିଣ୍ଡିକୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଆବୁଧାବିରୁ ଗିରଫ କରି ଭାରତ ଆଣିବାରେ ସଫଳତା ହାସଲ କରିଛି।

ତେବେ ପଞ୍ଜାବ ପୋଲିସ ସେଣ୍ଟ୍ରାଲ ଏଜେନ୍ସି, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ୟୁଏଇ ସରକାରଙ୍କ ମିଳିତ ସହଯୋଗରେ ଏହି ଅପରେସନ କରାଯାଇଥିଲା।

କୁଖ୍ୟାତ ବିଦେଶୀ ଆତଙ୍କବାଦୀ ହରବିନ୍ଦର ସିଂହ ଓରଫ ରିଣ୍ଡା ଏବଂ ହାପି ପାସିଆର ଘନିଷ୍ଠ ସହଯୋଗୀ ଭାବେ ପରବିନ୍ଦର ସିଂହ ଜଣାଶୁଣା ଥିବା ନେଇ ସୂତ୍ରରୁ ଜଣାପଡ଼ିଛି। ତେବେ ପିଣ୍ଡି ଉପରେ ପେଟ୍ରୋଲ ବୋମା ଆକ୍ରମଣ, ହିଂସାତ୍ମକ ଘଟଣା ସମେତ ଅନେକ ସାଙ୍ଘାତିକ ଅପରାଧର ଅଭିଯୋଗ ରହିଛି।ପିଣ୍ଡିର ସମସ୍ତ ଆତଙ୍କବାଦ କାର୍ଯ୍ୟକଳାପ ମୁଖ୍ୟତଃ ବାଟାଲା-ଗୁରଦାସପୁର ଅଞ୍ଚଳରେ କେନ୍ଦ୍ରିତ ଥିଲା।

ସୂତ୍ର ଅନୁଯାୟୀ ବାଟାଲା ପୋଲିସର ଅନୁରୋଧରେ ଇଣ୍ଟରପୋଲ ଦ୍ୱାରା ରେଡ୍ କର୍ଣ୍ଣର ନୋଟିସ୍ (RCN) ଜାରି କରାଯାଇଥିଲା। ପରେ ଜଣେ ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ପଞ୍ଜାବ ପୋଲିସର ଏକ ଚାରି ଜଣିଆ ବିଶିଷ୍ଟ ସ୍ୱତନ୍ତ୍ର ଦଳ ନେଇ ୨୪ ସେପ୍ଟେମ୍ବରରେ ଆବୁଧାବି ଅଭିମୁଖେ ଯାତ୍ରା କରିଥିଲେ ଓ ରେଡ୍ କର୍ଣ୍ଣର ନୋଟିସ୍ (RCN) ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ସେଠାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ୟୁଏଇ କର୍ତ୍ତୃପକ୍ଷଙ୍କ ସହିତ ସମନ୍ୱୟ ରଖି ସମସ୍ତ ଆଇନଗତ ଔପଚାରିକତା ସମାପ୍ତ କରାଯାଇ ପିଣ୍ଡିକୁ ଭାରତ ଅଭିମୁଖେ ଅଣାଯାଇଥିଲା।

 

Comments are closed.