Latest Odisha News

BREAKING NEWS

ପଞ୍ଜାବ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚନିଙ୍କ ପୁତୁରାଙ୍କୁ ଗିରଫ କଲା ଇଡି

ଅମୃତସର: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ଝଟକା । ତାଙ୍କ ପୁତୁରା ଭୂପିନ୍ଦର ସିଂହ ହନିଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବେଆଇନ ବାଲି ଖନନ ମାମଲାରେ ଆର୍ଥିକ ଅନିୟମିତତା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଗତକାଲି ମଧ୍ୟରାତ୍ରିରେ ଇଡି ଭୂପିନ୍ଦର ସିଂହ ହନୀଙ୍କୁ ଗିରଫ କରିଛି ।

ଗତକାଲି ଇଡିର ଅଧିକାରୀ ମୋହାଲିରେ ଥିବା ହନିଙ୍କ ହିମଲ୍ୟାଣ୍ଡ ସୋସାଇଟି ଫ୍ଲାଟରେ ପହଞ୍ଚିଥିଲା । ତାଙ୍କୁ ମାରାଥାନ ଜେରା କରାଯାଇଥିଲା । ୮ ଘଣ୍ଟା ଧରି ଜେରା କରାଯିବା ପରେ ବିଳମ୍ବିତ ରାତିରେ ହନିଙ୍କୁ ଗିରଫ କରାଯାଇଥିଲା ।

ଗତ ସପ୍ତାହରେ ଇଡି ହନିଙ୍କ ଫ୍ଲାଟରେ ରେଡ୍‌ କରିଥିଲା । ଏହି ସମୟରେ ତାଙ୍କ ଘରୁ ୧୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା । ହନିଙ୍କ ସହଯୋଗୀଙ୍କ ଘରେ ବି ରେଡ୍ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

Comments are closed, but trackbacks and pingbacks are open.