Latest Odisha News

BREAKING NEWS

ପୁରୀ ଶ୍ରୀନଅରରେ ସୁନିଆଁ ଉତ୍ସବ ପାଳିତ

ପୁରୀ: ଗଜପତିଙ୍କ ଶ୍ରୀନଅରରେ ପାଳିତ ହୋଇଛି ସୁନିଆଁ ଉତ୍ସବ । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ରାଜତ୍ୱର ୧୪୨୯ ସାଲ ୬୪ ଅଙ୍କର ପ୍ରବେଶ ହୋଇଛି । ଏହି ଅଙ୍କର ଜାତକ ଓ ପାଞ୍ଜି ଗଣନାରେ ରହିଛି ବିଶେଷ ମହତ୍ୱ ।

ସୁନିଆଁ ଅବସରରେ ଶ୍ରୀନହର ପ୍ରାଙ୍ଗଣରେ ଥିବା କନକ ଦୂର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଛି । କନକଦୂର୍ଗା, ଶ୍ୟାମାକାଳୀ, ରାଧାକୃଷ୍ଣ, ନୃସିଂହ ଆଦି ଦେବଦେବୀଙ୍କର ପୂଜାର୍ଚ୍ଚନା କରିଥାନ୍ତି ଗଜପତି ମହାରାଜ ।
ଗଜପତିଙ୍କର ଏହି ପୂଜାକୁ ଦେବାର୍ଚ୍ଚନା କୁହାଯାଏ । ଗତକାଲି ସନ୍ଧ୍ୟାରେ ଦେବାର୍ଚ୍ଚନା ଓ ମଙ୍ଗଳାର୍ପଣ ପରେ ଶ୍ରୀନହରରେ ସୁନିଆଁର ବିଶେଷ ପର୍ବ ଅନୁଷ୍ଠିତ ହୋଇଛି । ଗଜପତିଙ୍କ ଉପସ୍ଥିତିରେ ଶ୍ରୀନହରରେ ଅଙ୍କ କଟା ନୀତି ସମ୍ପାଦିତ ହୋଇଥିଲା ।

ଏହି ଅବସରରେ ଶ୍ରୀନହର ପକ୍ଷରୁ ନୂତନ ଅଙ୍କ ପାଇଁ ଏକ ସ୍ୱର୍ଣ୍ଣ ମୁଦ୍ରା ପ୍ରଚଳନ କରାଯାଇଥିଲା । ରାଜଗୁରୁଙ୍କ ଉପସ୍ଥିତିରେ ବରାହ ନୃସିଂହ, ଲକ୍ଷ୍ମୀ ନୃସିଂହ ଆଦି ଦେବଦେବୀଙ୍କ ଚିହ୍ନ ଥିବା ମୁଦ୍ରାକୁ ନହର କରଣ ପ୍ରଚଳନ କରାଇବା ସହ ଗଜପତି ମହାରାଜ ଏହାକୁ ଘୋଷଣା କରିଥାନ୍ତି ।

Leave A Reply

Your email address will not be published.