Latest Odisha News

ସିଦ୍ଧୁ ମୁସେୱାଲା ହତ୍ୟା: ପଞ୍ଜାପରେ ପୁଣି ଭିଭିଆଇପିଙ୍କୁ ମିଳିବ ସୁରକ୍ଷା

ଭୁବନେଶ୍ୱର: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ପୁଣି ୪୨୪ ଜଣ ଭିଭିଆଇପିଙ୍କୁ ସୁରକ୍ଷା ଦେବାକୁ ନିଷ୍ପତ୍ତି ହୋଇଛି । ପଞ୍ଜାବ ସରକାର ହାଇକୋର୍ଟରେ ଏହି ପ୍ରତିଶୃତି ଦେଇଛନ୍ତି । ପୂର୍ବତନ ମନ୍ତ୍ରୀ ଓପି ସୋନିଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଟିସନର ଶୁଣାଣି ବେଳେ ପଞ୍ଜାବର ଆପ୍ ସରକାର ହାଇକୋର୍ଟଙ୍କୁ ଏହି ମନ୍ତବ୍ୟ ଦେଇଛନ୍ତି ।

ଆସନ୍ତା ୭ ତାରିଖରୁ ସୁରକ୍ଷା ହଟାଯାଇଥିବା ସମସ୍ତ ବ୍ୟକ୍ତିଙ୍କୁ ପୁର୍ନବାର ସୁରକ୍ଷା ଦିଆଯିବ ବୋଲି ପଞ୍ଜାବ ସରକାର କହିଛନ୍ତି । ଶୁଣାଣି ସମୟରେ ପଞ୍ଜାବ ସରକାରଙ୍କୁ କୋର୍ଟ ଭିଭିଆଇପିଙ୍କ ସୁରକ୍ଷା ଉଚ୍ଛେଦର କାରଣ ପଚାରିଥିଲେ । ଅପରେସନ ‘ବ୍ଲୁ ଷ୍ଟାର’ ର ଆନିଭର୍ସରୀ ପାଳନ ସକାଶେ ଏହି ସୁରକ୍ଷା ବ୍ୟବସ୍ଥା ହଟାଯାଇଥିଲା ବୋଲି ପଞ୍ଜାବ ସରକାର କୋର୍ଟରେ ଉତ୍ତର ରଖିଥିଲେ । ଆଉ ଏହା ଅସ୍ଥାୟୀ ରୂପେ ଉଠାଯାଇଥିଲା ବୋଲି କୁହାଯାଇଛି ।

ସୁରକ୍ଷା ହଟାଇବା ପରେ ପଞ୍ଜାବ ସରକାର ଏବଂ ଆପ୍ ସବୁ ଦିଗରୁ ସମାଲୋଚନା ସହିବାକୁ ପଡ଼ିଥିଲା । ଆପ୍ ର ଶସ୍ତା ଷ୍ଟଣ୍ଟ ପାଇଁ ପଞ୍ଜାବ ଏକ ମୂଲ୍ୟବାନ ଜୀବନ ହାରିଲା ବୋଲି ବିଜେପି ନେତା ମନଜିନ୍ଦର ସିଂ ସରସା କହିଛନ୍ତି ।

ମୁସେୱାଲା ହତ୍ୟା ଘଟଣାର ଜୁଡିସିଆଲ କମିଶନ ତଦନ୍ତ କରିବ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଘୋଷଣା କରିଛନ୍ତି । ଏହା ଗୋଷ୍ଠୀ ବିବାଦରୁ ହତ୍ୟା କାଣ୍ଡ ଘଟିଛି ବୋଲି ପଞ୍ଜାବ ପୋଲିସ ଡିଜି କହିଛନ୍ତି । ଏହି ମନ୍ତବ୍ୟକୁ ମୁସେୱାଲାଙ୍କ ପିତା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କଡ଼ା ସମାଲୋଚନା କରିବା ସହ ପଞ୍ଜାବ ପୋଲିସ ଡିଜିଙ୍କୁ କ୍ଷମା ମାଗିବାକୁ ଦାବି କରିଛନ୍ତି ।

Comments are closed.