Latest Odisha News

BREAKING NEWS

ବ୍ୟାକଫୁଟରେ ମାନ ସରକାର: ସମସ୍ତଙ୍କୁ ମିଳିବ ପୂର୍ବ ଭଳି ସୁରକ୍ଷା

ଚଣ୍ଡୀଗଡ: ଶସ୍ତା ଲୋକପ୍ରିୟତା ହାସଲ କରିବା ପଞ୍ଜାବର ଆମ ଆଦମୀ ପାର୍ଟି ସରକାର ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ତରବରିଆ ଭାବେ ୪୨୪ ବିଶିଷ୍ଟ ବ୍ୟକ୍ତିଙ୍କ ଉପରୁ ସୁରକ୍ଷା ବ୍ୟବସ୍ଥା ହଟାଯିବାର ଦିନକ ପରେ ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ହୋଇଥିଲା । ଏହା ପରେ ରାଜ୍ୟରେ ଗ୍ୟାଙ୍ଗ ୱାର ଆଶଙ୍କା ବୃଦ୍ଧି ପାଇଛି । ପୂର୍ବତନ ମନ୍ତ୍ରୀ ଓପି ସୋନୀ ଏ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ତାଙ୍କ ପିଟିସନ ଉପରେ ସରକାର ହାଇକୋର୍ଟରେ କହିଛନ୍ତି ୭ଜୁନ ସୁଦ୍ଧା ସମସ୍ତ ବ୍ୟକ୍ତିଙ୍କୁ ପୂର୍ବ ଭଳି ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯିବ । ଘଲ୍ଲୁଧାରା ଦିବସ ଯୋଗୁ ଏହାକୁ ସାମୟିକ ଭାବେ ହଟାଯାଇଛି ।

ଏହା ଶୁଣି କୋର୍ଟ ପକ୍ଷରୁ ପଚରାଯାଇଥିଲା ସମସ୍ତଙ୍କୁ କଣ ଜଣେ ଜଣେ ଗନମ୍ୟାନ ଦିଆଯି ? ଯେଉଁମାନେ ଅଧିକ ସୁରକ୍ଷା ଗାର୍ଡ ଚାହୁଁଛନ୍ତି ସେମାନେ ତାର ଖର୍ଚ୍ଚ ଉଠାଇବେ ବୋଲି ହାଇକୋର୍ଟ ପକ୍ଷରୁ କୁହାଯାଇଛି । ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବିଶିଷ୍ଟ ବ୍ୟକ୍ତିଙ୍କ ସୁରକ୍ଷା ଦାୟିତ୍ୱ ସରକାର ଏବଂ ପୋଲିସର, ଏଥିରେ ତ୍ରୁଟି ହେବା ଗ୍ରହଣୀୟ ନୁହେଁ ।

Leave A Reply

Your email address will not be published.