Latest Odisha News

BREAKING NEWS

ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ଆଉ ଜଣେ ପଂଜାବୀ ଗାୟକଙ୍କୁ ଧମକ

ଚଣ୍ଡୀଗଡ: ପଞ୍ଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ସାରା ଦେଶରେ ଚହଳ ପକାଇ ଦେଇଥିଲେ । ଏହି ଘଟଣା ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ଆଜି ପଂଜାବର ଆଉ ଜଣେ ଲୋକପ୍ରିୟ ଗାୟକ ବବୁ ମାନଙ୍କୁ ହତ୍ୟା ଧମକ ମିଳିଛି । ଏହି ଧମକ ଗ୍ୟାଙ୍କଷ୍ଟାର ବବିହା ଗ୍ରୁପ ଦେଇଛନ୍ତି । ତେବେ କଣ ପାଇଁ ଏହି ଗ୍ରୁପ ଧମକ ଦେଇଛି ତାହା ଜଣାପଡି ନାହିଁ । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି । ବବୁ ମାନ୍ନଙ୍କ ଘରେ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି । ସିଦ୍ଧୁଙ୍କ ଘଟଣା ପରେ ପୋଲିସ କୌଣସି ପ୍ରକାର ଭୁଲ କରିବାକୁ ଚାହୁଁ ନାହିଁ ।

BjdElectrycity

ସୂଚନାଯୋଗ୍ୟ, ମେ ୨୯ରେ ସିଦ୍ଧୁଙ୍କ ରାସ୍ତାରେ ଗୁଳି କରାଯାଇଥିଲା । ଏହି କାଣ୍ଡ ପଛରେ ଲରେନ୍ସ ବିଶ୍ନୋଇ ଗ୍ରୁପର ହାତ ଥିବା କୁହାଯାଉଛି । ପୂର୍ବରୁ ସଲମାନ ଖାଁଙ୍କୁ ମଧ୍ୟ କୃଷ୍ଣସାର ମୃଗ ହତ୍ୟା ନେଇ ବିଶ୍ନୋଇ ଗ୍ରୁପ ଟାର୍ଗେଟରେ ରଖିଛନ୍ତି ।

Leave A Reply

Your email address will not be published.