Latest Odisha News

BREAKING NEWS

ବିଜୟ ହଜାରେ ଟ୍ରଫି: ବରୋଦା ନିକଟରୁ ଓଡିଶାର ଶୋଚନୀୟ ପରାଜୟ

ମୁମ୍ବାଇ: ଡିୱାଇ ପାଟିଲ ଷ୍ଟାଡିୟମରେ ଚାଲିଥିବା ବିଜୟ ହଜାରେ ଟ୍ରଫିରେ ଗୁରୁବାର ଓଡିଶା ଶୋଚନୀୟ ଭାବେ ବରୋଦା ନିକଟରୁ ପରାଜିତ ହୋଇଛି । ପ୍ରଥମେ ବ୍ୟାଟିଂ କରି ବରୋଦା ୫୦ ଓଭରରେ ୭ ୱିକେଟ ହରାଇ ୨୮୪ ରନ କରିଥିଲା । ପ୍ରତ୍ୟୁଷ କୁମାର ୬୯, ବିଷ୍ଣୁ ସୋଲାଙ୍କି ୬୯ ଓ ଭାନୁ ପାନିଆ ୫୫ ରନର ଇନିଂସ ଖେଳିଥିଲେ । ଜବାବରେ ଓଡିଶା ୩୫.୩ ଓଭରରେ ୧୩୬ ରନ କରି ଅଲଆଉଟ ହୋଇ ଯାଇଥିଲା । ରାଜେଶ ଧୂପର ୪୯ ଓ କାର୍ତିକ ବିଶ୍ୱାଳ ୪୪ ରନ ବ୍ୟତୀତ ଅନ୍ୟ କୌଣସି ଓଡିଶା ବ୍ୟାଟ୍ସମ୍ୟାନ ବରୋଦା ବୋଲରଙ୍କୁ ସାମ୍ନା କରିପାରି ନ ଥିଲେ । ଉଭୟ ୫ମ ୱିକେଟରେ ୯୭ ରନ ଯୋଗ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୨ ଅଙ୍କ ଛୁଇଁ ପାରି ନ ଥିଲେ । ପ୍ରଥମ ୭ ଓଭରରେ ଓଡିଶା ୧୦ ରନରେ ୪ଟି ୱିକେଟ ହରାଇ ବିପଦରେ ପଡିଥିଲା ।

BjdElectrycity

ଲୁକମାନ ବରୋଦା ପକ୍ଷରୁ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ । ନାଗାଲାଣ୍ଡ ବ୍ୟତୀତ ଓଡିଶା ଅନ୍ୟ ୩ଟି ମୁକାବିଲାରେ ୨୦୦ ରନ ପାର କରିପାରି ନାହିଁ । ନଭେମ୍ବର ୧୯ରେ ଜମ୍ମୁ ଏବଂ କଶ୍ମୀର ଏବଂ ୨୧ରେ ପଞ୍ଜାବକୁ ଭେଟିବ ଓଡିଶା । ଗୋବିନ୍ଦ ପୋଦ୍ଦାର ଓ ବିପ୍ଲବ ସାମନ୍ତରାୟଙ୍କ ବ୍ୟାଟିଂ ନିରାଶ କରିଛି ।

Leave A Reply

Your email address will not be published.