Latest Odisha News

ଆଉ ନାହାନ୍ତି କଣ୍ଠଶିଳ୍ପୀ ସୁରିନ୍ଦର ସିନ୍ଦା

ମୁମ୍ବାଇ: ଆଉ ନାହାନ୍ତି ପ୍ରସିଦ୍ଧ କଣ୍ଠଶିଳ୍ପୀ ସୁରିନ୍ଦର ସିନ୍ଦା । ବୁଧବାର ସକାଳେ ଲୁଧିଆନାର ଡିଏମଏଚ ହସ୍ପିଟାଲରେ ୬୪ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଅନେକ ଦିନ ହେବ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ହାରିଯାଇଛନ୍ତି କଣ୍ଠଶିଳ୍ପୀ ସୁରିନ୍ଦର । ତାଙ୍କ ମୃତ୍ୟୁକୁ ନେଇ ପଞ୍ଜାବୀ ସଙ୍ଗୀତ ଶିଳ୍ପରେ ଶୋକର ଲହରୀ ଖେଳିଯାଇଛି । ସମସ୍ତ ସେଲିବ୍ରିଟି ଏବଂ ପ୍ରଶଂସକମାନେ ସୋସିଆଲ ମିଡିଆରେ ସୁରିନ୍ଦର ସିନ୍ଦାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।

କଣ୍ଠଶିଳ୍ପୀ ସୁରିନ୍ଦର ଅସୁସ୍ଥ ହୋଇ ଏକମାସ ହେବ ଭେଣ୍ଟିଲେଟରରେ ଥିଲେ । କିଛିଦିନ ପୂର୍ବରୁ ତାଙ୍କର ଏକ ସାଧାରଣ ଅସ୍ତ୍ରୋପଚାର ହୋଇଥିଲା । ଦୁର୍ଭାଗ୍ୟବଶତଃ ଏହି ଅସ୍ତ୍ରୋପଚାର ପରେ ସୁରିନ୍ଦର ସଂକ୍ରମଣର ଶିକାର ହୋଇଥିଲେ । ଧୀରେ ଧୀରେ ଏହି ସଂକ୍ରମଣ ବଢ଼ି ଯାଇଥିଲା । ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ସଙ୍ଗେସଙ୍ଗେ ଭେଣ୍ଟିଲେଟରରେ ରଖାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ନ ଆସିବାରୁ ତାଙ୍କୁ ଡିଏମସିଏଚ ଲୁଧିୟାନା ସ୍ଥାନାନ୍ତର କରି ଦିଆଯାଇଥିଲା । ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

 

Comments are closed.