Latest Odisha News

BREAKING NEWS

ଆରତୀ କରଙ୍କ ‘ପୁଣ୍ୟାତ୍ମା ଗୋପବନ୍ଧୁ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ପୂର୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀ ମଣ୍ଡଳ ଦ୍ୱାରା ପ୍ରକାଶିତ , ଡ. ଆରତୀ କରଙ୍କ ରଚିତ ପୁଣ୍ୟାତ୍ମା ଗୋପବନ୍ଧୁ ପୁସ୍ତକ ରାଜ ଭବନ ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି।

ଏହି ପୁସ୍ତକ ପାଇଁ ରାଜ୍ୟପାଳ ଲେଖିକା ତଥା ନ୍ୟାସୀ ମଣ୍ଡଳର କର୍ମକର୍ତ୍ତାଙ୍କ ଏପରି ଉଦ୍ୟମର ପ୍ରଶଂସା କରିଥିଲେ ଓ ପୁସ୍ତକଟି ରାଜ୍ୟର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଣ୍ଟନ ପାଇଁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ନ୍ୟାସୀ ମଣ୍ଡଳ ସମ୍ପାଦକ ପର୍ଶୁରାମ ଦ୍ବିବେଦୀ, ରମାକାନ୍ତ ମିଶ୍ର, ଅମ୍ବିକା ପ୍ରସାଦ ଦାସ, କୃତ୍ତିବାସ ପରିଡ଼ା ଓ ବିରଜା ପ୍ରସାଦ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.