Latest Odisha News

କଟକରେ ୱାଟର ସ୍ପୋର୍ଟସ ପାର୍କ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ଓଟିଡିସି ଅଧ୍ୟକ୍ଷା

କଟକ:ୱାଟର ସ୍ପୋର୍ଟସ ପାର୍କ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର । କଟକ ଗସ୍ତରେ ଯାଇ ମାତାମଠ ଠାରେ ଥିବା ଏହି ୱାଟର ସ୍ପୋଟର୍ସର ସମୀକ୍ଷା କରିଛନ୍ତି । ଓଟିଡିସିର ବରିଷ୍ଠ ପଦାଧିକାରୀ ଓ ଇଞ୍ଜିନିୟରମାନେ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ । 

ଓଟିଡିସି ଅଧ୍ୟକ୍ଷା ସମସ୍ତ କାର୍ଯ୍ୟ ବୁଲି ଦେଖିଛନ୍ତି । ଏହାସହ ଓଟିଡିସିର ବରିଷ୍ଠ ପଦାଧିକାରୀ ଓ ଇଞ୍ଜିନିୟରଙ୍କୁ ବାକି ଥିବା କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ପର୍ଯ୍ୟଟକଙ୍କ ନିରାପତ୍ତାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି ଓଟିଡିସି ଅଧ୍ୟକ୍ଷା । ଏବାବଦରେ ସମସ୍ତ ଆନୁସଙ୍ଗିକ ସୁବିଧା ଉପଲବ୍ଧ କରାଇବା ନିମନ୍ତେ ଶ୍ରୀମୟୀ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି ।

ଏହି ସ୍ଥାନରେ ବିଭିନ୍ନ ପ୍ରକାରର ୱାଟରସ୍ପୋଟର୍ସ ବ୍ୟତୀତ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଓଟିଡିସି ପକ୍ଷରୁ ଏକ ରେଷ୍ଟୁରାଣ୍ଟ ମଧ୍ୟ ଖୋଲାଯିବ । ପର୍ଯ୍ୟଟକମାନେ ମହାନଦୀର ମନୋରମ ଦୃଶ୍ୟକୁ ଉପଭୋଗ କରିପାରିବା ପାଇଁ ଏକ ଭ୍ୟୁପଏଣ୍ଟ ଓ ସ୍ମୃତିକୁ ସାଇତି ରଖିବା ନିମନ୍ତେ ଏକ ସେଲଫି ଜୋନ୍ ମଧ୍ୟ ନିର୍ମାଣ କରାଯାଉଛି । 

ରାଜ୍ୟ ତଥା ଦେଶବିଦେଶର ପର୍ଯ୍ୟଟକମାନଙ୍କୁ ଏଠାରେ ଅତ୍ୟାଧୁନିକ ୱାଟର ସ୍ପୋଟର୍ସ ଓ ମନୋରଞ୍ଜନର ସୁବିଧା ଯୋଗାଇ ଦେବା ପାଇଁ ଓଟିଡିସି ଖୁବଶୀଘ୍ର ଅନ୍ୟାନ୍ୟ ଆବଶ୍ୟକ ଭିତ୍ତିଭୂମି ବିକାଶ କାର୍ଯ୍ୟ କରାଇବ ବୋଲି ଓଟିଡିସି ଅଧ୍ୟକ୍ଷା କହିଛନ୍ତି ।

ପର୍ଯ୍ୟଟକଙ୍କୁ ମହାନଦୀରେ ଆଡ଼ଭେଂଚର ୱାଟର ସ୍ପୋଟର୍ସ (ଦୁଃସାହାସିକ ଜଳକ୍ରୀଡ଼ା) ସହ ମନୋରଞ୍ଜନର ସୁବିଧା ଯୋଗାଇ ଦେବା ନିମନ୍ତେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଦ୍ୱାରା କଟକର ମାତା ମଠ ଠାରେ ସିଲିଭର ସିଟି ବୋଟିଂ କ୍ଲବ କମ୍ପେ୍ଲକ୍ସ ପରିସରରେ ଏକ ୱାଟର ସ୍ପୋଟର୍ସ ପାର୍କ ସ୍ଥାପନ କରାଯିବାକୁ ନିଷ୍ପତ୍ତି ହୋଇଛି । ଏହା ଖୁବଶୀଘ୍ର ପର୍ଯ୍ୟଟକଙ୍କ ନିମନ୍ତେ ଲୋକାର୍ପିତ ହେବ । 

Leave A Reply

Your email address will not be published.