Latest Odisha News

BREAKING NEWS

ଲକ୍‌ଡାଉନ୍‌ରେ ଦୁଇଟି ଘରେ କଳାକନା ବୁଲାଇଲେ ଲୁଟେରା

ଭଦ୍ରକ: ଲକ୍‌ଡାଉନ୍‌ରେ ସାରା ରାଜ୍ୟ ଏକ ପ୍ରକାର ନିଷ୍କ୍ରିୟ । ହେଲେ ସକ୍ରିୟ ହୋଇଉଠିଛନ୍ତି ଲୁଟେରା । କଟକ ପରେପରେ ଏବେ ଭଦ୍ରକରୁ ଆସିଛି ଲୁଟ୍ ଖବର । ବିଳମ୍ବିତ ରାତିରେ ଘରେ ପଶି କଳାକନା ବୁଲାଇଲେ ଲୁଟେରା ଦଳ । ଗୋଟିଏ ରାତିରେ ଦୁଇଟି ଘରୁ ଚୋରି ହୋଇଥିବା ସୂଚନା ରହିଛି ।

ଭଦ୍ରକ ଗ୍ରାମାଂଚଳ ଥନା ଅନ୍ତର୍ଗତ ବେନ୍ତାଳ ଗାଁରେ ଗତକାଲି ରାତିରେ ଦୁଇଟି ଘରୁ ଚୋରି ହୋଇଥିବା ଜଣାପଡିଛି । ଚୋରମାନେ ଘରର କବାଟ ତାଡି ସୁନା ଗହଣା, ନଗଦ ଟଙ୍କା ଓ ଅନ୍ୟାନ୍ୟ ଆସବାବପତ୍ର ଧରି ଚମ୍ପଟ୍ ମାରିଛନ୍ତି । ସକାଳେ କବାଟ ଖୋଲା ଥିବାବେଳେ ଘରର କିଛି ସାମଗ୍ରୀ ବାହାରେ ପଡିଥିବା ଦେଖି ଲୋକେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଅଭିଯୋଗକ୍ରମେ ଦୁଇଟି ଚୋରି ମାମଲାକୁ ନେଇ ଗ୍ରାମାଂଚଳ ପୋଲିସ ତଦନ୍ତ ଚଳାଇଥିବା ସୂଚନା ରହିଛି ।

Leave A Reply

Your email address will not be published.