Latest Odisha News

BREAKING NEWS

ବିନିକାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ

ସୁବର୍ଣ୍ଣପୁର: ବିନିକା ଅବକାରୀ ବିଭାଗକୁ ବଡ ସଫଳତା । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବିଶାଲପାଲି ଛକ ଠାରେ ୧ କୁଇଣ୍ଟାଲ ୪୦ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ l ଏଥିସହ ୧୦ଟି ଷ୍ଟିଲ ସିଟ ମଧ୍ୟ ଜବତ କରିଛି ଅବକାରୀ ବିଭାଗ । ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁସାରେ, ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ବିନିକା ଥାନା ଅର୍ନ୍ତଗତ ବିଶାଲ ପାଲି ଛକ ଠାରେ ସୋନପୁର ଅବକାରି ବିଭାଗ ଓ ବିନିକା ମୋବାଇଲ ୟୁନିଟର ମିଳିତ ପେଟ୍ରୋଲିଂ ସମୟରେ ଏକ ଇଚର ଟ୍ରକକୁ ସନ୍ଦେହରେ ଅଟକାଇ ଚେକିଙ୍ଗ କରୁଥିବା ବେଳେ ସେଥିରୁ ୭ଗୋଟି ଜରି ବସ୍ତାରେ ୧ କୁଇଣ୍ଟଲ ୪୦ କେଜି ଗଞ୍ଜେଇ ସହ ୧୦ ଗୋଟି ଷ୍ଟିଲ ସିଟ ଜବତ କରିଛି  ଅବକାରୀ ବିଭାଗ l ଏହି ଘଟଣାରେ ଖେମାରାମ ନାମକ ଜଣକୁ ଗିରଫ କରା ଯାଇଥିବା ବେଳେ ସେ ରାଜସ୍ଥାନର ବାରମେର ଜିଲ୍ଲାର ଟାକୁବେରି ଗ୍ରାମର ବୋଲି  ସୂଚନା ଦେଇଛନ୍ତି ଅବକାରୀ ଏସ ଆଇ ।

Leave A Reply

Your email address will not be published.