Latest Odisha News

ଛେଳି ପାଇଁ ମହାଭାରତ: ଜଣେ ମୃତ, ୨ଗୁରୁତର

ଅସ୍ତରଙ୍ଗ: ଛେଳି ପାଇଁ ଘଟିଛି ମହାଭାରତ । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣଙ୍କ ଅବସ୍ଥା ଗୁରୁତର ହୋଇପଡିଛି । ଗୁରୁତର ମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଅସ୍ତରଙ୍ଗ ଥାନା ଅଧିନ ପାଟସୁନ୍ଦରପୁର ଗାଁରେ ଘଟିଛି ବିଭତ୍ସ କାଣ୍ଡ । ଛେଳିକୁ ଗାଡି ମାଡି ଯିବାକୁ କେନ୍ଦ୍ର କରି ଛୁରାମାଡ କରାଯାଇଛି ।  ଫଳରେ ଘଟଣା ସ୍ଥାନରେ ହିଁ ଛେଳି ଜଗୁଆଳୀଙ୍କ ମୃତ୍ୟୁ ହେବା ସହ ସ୍ତ୍ରୀ ଓ ପୁଅ ଗୁରୁତର ହୋଇ ଅସ୍ତରଙ୍ଗ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ରାସ୍ତା କଡରେ ଅକ୍ଷୟ ଦାସ ନାମକ ଜଣେ ଜଗୁଆଳୀ ଛେଳି ଚରାଉଥିବା ସମୟରେ ସେହି ବାଟଦେଇ ରାଜୁ ଦାସ ନାମକ ବ୍ୟକ୍ତି ବାଇକ ଯୋଗେ ଆସୁଥିଲେ । ଏତିକିବେଳେ ଛେଳିକୁ ଧକ୍କା ଦେଇଥିଲା ବାଇକ୍ । ଫଳରେ ଛେଳିବାଲା ଅକ୍ଷୟ ଦାସ,ସ୍ତ୍ରୀ ଓ ପୁଅ ରାଗିଯାଇ ପାଟିତୁଣ୍ଡ କରିଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ, ସାମାନ୍ୟ ବଚସାରୁ ରକ୍ତାକ୍ତ ପରିସ୍ଥିତି ସୃଷ୍ଟି ହୋଇଯାଇଥିଲା ।

ବାଇକ ଆରୋହୀ ରାଜୁ ଦାସ ରାଗରେ ଛେଳିବାଲା ପେଟରେ ଚୁରି ଭୂସିଥିଲେ । ଏହାର ପ୍ରତିବାଦ କରିଥିଲେ ସ୍ତ୍ରୀ ଓ ପୁଅ । ହେଲେ ସେମାନେ ମଧ୍ୟ ବର୍ତ୍ତିନଥିଲେ । ଯେଉଁଥିପାଇଁ ଛେଳି ଜଗୁଆଳିଙ୍କର ଘଟଣା ସ୍ଥାନରେ ମୃତ୍ୟୁ ହେବା ସହ ସ୍ତ୍ରୀ ଓ ପୁଅ ଗୁରୁତର ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ଅସ୍ତରଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇଁ ଅସ୍ତରଙ୍ଗ ପୋଲିସ ଘଟଣା ସ୍ଥାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.