ଭୁବନେଶ୍ୱର : ବିଶ୍ୱକୁ କରୋନାମୁକ୍ତ କରିବା ପାଇଁ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ଆସନ୍ତା ଡିସେମ୍ବର ୪ ଓ ୫ ତାରିଖରେ ଶ୍ରୀମନ୍ଦିରରେ ଦେବ ଦୀପାବଳି ପାଳନ ଅବସରରେ ସନ୍ଧ୍ୟା ୫ଟା ରୁ ୭ ଟା ମଧ୍ୟରେ ସିଂହଦ୍ଵାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଦୀପ ଲଗାଯିବ। ସିଂହଦ୍ଵାର ସମ୍ମୁଖରେ ଘିଅ ଦୀପ ଏବଂ ଏବଂ ବଡ଼ଦାଣ୍ଡରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ତେଲ ଦୀପଦାନ କରାଯିବ । ‘ଓଡ଼ିଶା ଇଣ୍ଟର ନ୍ୟାସନାଲ ସେଣ୍ଟର’ ଏବଂ ‘ଛତିଶା ନିଯୋଗ’ର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଓଡ଼ିଶା ଇଣ୍ଟରନେସନାଲ ପକ୍ଷରୁ ଉତ୍କଳ ସାମ୍ବାଦିକ ସଙ୍ଘଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ , ଦୀପଦାନ କାର୍ଯ୍ୟକ୍ରମର ଅଧ୍ୟକ୍ଷ ଅଶୋକ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି।
ଏହି ଦୀପଦାନ ପାଇଁ ୫୦ ଟିଣ ଘିଅ ଓ ୬୦୦ ଟିଣ ତେଲ ବ୍ୟବହାର କାରାଯିବ। ଏହା ସହ ଶ୍ରୀ ଅଚ୍ୟୁତାୟ ନମଃ , ଶ୍ରୀ ଅନନ୍ତାରାୟ ନମଃ ଏବଂ ଶ୍ରୀ ଗୋବିନ୍ଦାୟ ନମଃ ମନ୍ତ୍ର ୧୦୮ ଥର ଜପ କରାଯିବା ସହ ଅଗ୍ନିହୋତ୍ର ଯଜ୍ଞର ଆୟୋଜନ କରାଯିବ। ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଦିନ ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିରରେ ଦୀପଦାନ କରିବାକୁ , କାର୍ଯ୍ୟକାରୀ ଅଧ୍ୟକ୍ଷ ବିଭୂତି ଭୂଷଣ କର ଜଗନ୍ନାଥ ପ୍ରେମୀଙ୍କୁ ଅନୁରୋଧ କରିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା, ରାଧାକୃଷ୍ଣ ମଠ ମହନ୍ତ କୃଷ୍ଣଗୋପାଳ ମହାରାଜ, ଶରତ କୁମାର ଦାସ ଏବଂ ଶଙ୍କର ପରିଡ଼ା ପ୍ରମୁଖ ଦେବ ଦୀପାବଳି ଉତ୍ସବର ମହତ୍ତ୍ୱ ଏବଂ ତତସହିତ ଦୀପଦାନର ବିଶେଷତ୍ଵ ସମ୍ପର୍କରେ ଆଲୋକପାତ କରିବା ସହ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଓଡ଼ିଶାର ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ।
Comments are closed.