Latest Odisha News

BREAKING NEWS

Puri Bahuda Yatra 2026:ଝୁଲି ଝୁଲି ଆସିଲେ କାଳିଆ ସାଆନ୍ତ;ରଥରେ ବିଜେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ:ଆଜି ପବିତ୍ର ବାହୁଡ଼ା ଯାତ୍ରା । ଆଜି ବାହୁଡିବେ ଚତୁର୍ଦ୍ଧାବିଗ୍ରହ। ଜନ୍ମଦେବୀରେ ଲୀଳାଖେଳା ସାରି ଆଜି ଶ୍ରୀମନ୍ଦିର ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି । ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର। ଘଣ୍ଟ, ଶଙ୍ଖ ଓ ହରିବୋଲରେ କମ୍ପୁଛି। ମହାପ୍ରଭୁଙ୍କ ନୀତିକାନ୍ତି ଆଗକୁ ବଢୁଥିବା ବେଳେ ସମ୍ପନ୍ନ ହୋଇଛି ପହଣ୍ଡି ବିଜେ ନୀତି । ଏହାପରେ ଗଜପତି ମହାରାଜା ଛେରା ପହଁରା ନୀତି କରିବେ । ଏହା ପରେ ରଥ ଟଣା ଆରମ୍ଭ ହେବ ।

ପ୍ରଥମେ ଚକ୍ରରାଜ ସୁଦର୍ଶନ ଧାଡ଼ି ପହଣ୍ଡିରେ ଆସି ରଥରେ ବିରାଜମାନ କରିଥିଲେ । ଏହାପରେ ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ କାଳିଆ ସାଆନ୍ତ ଝୁଲି ଝୁଲି ଆସିଥିଲେ। ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ଶେଷ ହୋଇଥିଲା। ଏହାପରେ ଶ୍ରୀଜଗନ୍ନାଥ ରଥାରୂଢ଼ ହୋଇଥିଲେ।

ରଥ ଉପରେ ବିରାଜମାନ କାଳିଆ ସାଆନ୍ତଙ୍କ ଅପରୂପ ବେଶ ଭକ୍ତମାନଙ୍କ ମନକୁ ଭକ୍ତି ଓ ଭାବରେ ପରିପୂର୍ଣ୍ଣ କରିଦେଇଛି । ଦିବ୍ୟ ଯାତ୍ରାରେ ଭକ୍ତି ଓ ଆଧ୍ୟାତ୍ମିକ ଉଲ୍ଲାସରେ ଦୋହଲି ଉଠିଛି ପୁରୀ ବଡ଼ଦାଣ୍ଡ।

କାଳିଆ ସାଆନ୍ତ ଯେତେ‌ବେଳେ ରଥାରୁଢ଼ ହୋଇ ଶ୍ରୀମନ୍ଦିର ଅଭିମୁଖେ ଫେରିବେ, ବାଟରେ ମାଉସୀ ଘରକୁ ଯିବେ। ମାଉସୀଙ୍କ ଘରେ ଏକ ସ୍ୱତନ୍ତ୍ର ଭୋଗ ପୋଡ଼ ପିଠା ଖାଇବେ। ପୋଡ଼ପିଠା ହେଉଛି ଓଡ଼ିଆ ସଂସ୍କୃତି, ଭକ୍ତି ଓ ପାରମ୍ପରିକ ରୋଷେଇର ଅନନ୍ୟ ପ୍ରତୀକ।

Leave A Reply

Your email address will not be published.