Latest Odisha News

BREAKING NEWS

ଶ୍ରୀମନ୍ଦିର ଐତିହ୍ୟ କରିଡର ବେଆଇନ ନିର୍ମାଣ; ଫୌଜଦାରୀ ମାମଲା ପାଇଁ କୋର୍ଟରେ ଆବେଦନ କଲା ଜିଲ୍ଲା ଓକିଲ ସଂଘ

ପୂର୍ବରୁ ସିଂହଦ୍ୱାର ଥାନା ଓ ଏସପିଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଛି । କିନ୍ତୁ ଉଭୟ ମାମଲା ରୁଜୁ ନ କରି ବିନା କାର୍ଯ୍ୟାନୁଷ୍ଠାନରେ ଚୁପ୍ ବସିଥିବା କଥା ଓକିଲ ସଂଘ ଅଭିଯୋଗ କରିଛି ।

ପୁରୀ: ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ମାର୍ଗରେ ଖନନ ଓ ବେଆଇନ ନିର୍ମାଣ ବିରୋଧରେ ପୁରୀ ଜିଲ୍ଲା ଓକିଲ ସଂଘ ଏସଡିଜେଏମ(ସବ୍-ଡିଭିଜନାଲ ଜୁଡିସିଆଲ ମାଜିଷ୍ଟ୍ରେଟ)ଙ୍କ ଅଦାଲତରେ ଆଜି ଏକ ମାମଲା ରୁଜୁ କରିବାକୁ ଆବେଦନ କରିଛି । ନିର୍ମାଣକାରୀ ସଂସ୍ଥା ଟାଟା, ଓବିସିସି ଓ ପୁରୀ ଜିଲ୍ଲାପାଳଙ୍କ ନାଁରେ ଫୌଜଦାରୀ ମୀମଲା ରୁଜୁ କରିବାକୁ ଆବେଦନ କରାଯାଇଛି ।

ଆବେଦନ ପତ୍ର ସଂଖ୍ୟା-୧୦୨/୨୨ରେ ଉଲ୍ଲେଖ କରାଯାଇଛି ଯେ, ସିଂହଦ୍ୱାର ଥାନା ଓ ପୁରୀ ଏସପି ଉଭୟ ଲିଖିତ ଅଭିଯୋଗକୁ ଏତଲା ରୂପେ ରେଜିଷ୍ଟର କରିନାହାନ୍ତି । ଗତ ମାର୍ଚ୍ଚ ୧୬ରେ ସିଂହଦ୍ୱାର ଥାନାରେ ଓକିଲ ସଂଘ ଅଭିଯୋଗ କରିଥିଲା । ଆମାସାର ଆକ୍ଟ ସେକ୍ସନ ୨(ଡି) (ସି), ସେକ୍ସନ ୩୦ (ଏ) ଏବଂ ଆଇପିସି ସେକ୍ସନ ୧୬୬ (ଏ)ରେ ମାମଲା ରୁଜୁ କରିବାକୁ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା ।

କିନ୍ତୁ ପୋଲିସ ମାମଲା ରୁଜୁ ନକରିବାରୁ ଏସପିଙ୍କ ନିକଟରେ ଏପ୍ରିଲ ୮ରେ ଲିଖିତ ଅଭିଯୋଗ କରାଯାଇଥିଲା । ଏଠି ମଧ୍ୟ ମାମଲା ରୁଜୁ ହେଲାନି କି କାର୍ଯ୍ୟାନୁଷ୍ଠାନ ଦେଖାଗଲାନି ।

ଏବେ ଅଦାଲତଙ୍କ ନିକଟରେ ସଂଘ ଆବେଦନ କରିଛି ଯେ, ଏକ ମାମଲା ରୁଜୁ କରି ସିଆରପିସି ୧୫୬(୩) ଅନୁଯାୟୀ ସିଂହଦ୍ୱାର ଥାନାକୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଉ ।

Leave A Reply

Your email address will not be published.