Latest Odisha News

BREAKING NEWS

ଅଭିଜିତ ଆତ୍ମହତ୍ୟା ମାମଲା :୪ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁଗୁଳ ଏସପିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଅନୁଗୁଳ : ଅନୁଗୁଳ ଅଭିଜିତ ପଟ୍ଟନାୟକ ଆତ୍ମହତ୍ୟା ମାମଲା । ଏହି ମାମଲାର ୪ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁଗୁଳ ଏସପିଙ୍କୁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ସୂଚନାଅନୁସାରେ ଫେବୃଆରୀ ୧୪ ତାରିଖ ଦିନ ଅଭିଜିତ ପଟ୍ଟନାୟକ(୨୮) ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟା ପୂର୍ବରୁ ସେ କିପରି ନିଜ ପ୍ରେମିକା ଓ ତାଙ୍କ ପରିବାର ଦ୍ୱାରା ନିର୍ଯ୍ୟାତିତ ହୋଇଥିଲେ ଫେସବୁକ ଲାଇଭ କରି ତାହା କାନ୍ଦି କାନ୍ଦି କହିଥିଲେ ।

ପରେ ୧୬ ତାରିଖ ଦିନ ମୃତକଙ୍କ ସାନ ଭାଇ ଅନୁଗୁଳ ଟାଉନ ଥାନାରେ ଅଭିଯୋଗ କରିଥିଲେ । ହେଲେ ଅଧିକାରୀ ମାନେ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଦିନ ଗଡାଇ ଚାଲିଥିଲେ । ଏହା ପରେ ସେ ପୁରୁଷ କମିଶନର ଆବାହକ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀଙ୍କ ସହ ଯୋଗାଯୋଗ କରି ଓଡିଶା ହାଇକୋର୍ଟରେ ଏକ ମାମଲା କରିଥିଲେ ।ଏହି ମାମଲାର ବିଜାର କରି ଆଜି ବିଚାରପତି ଦୁଃଖ ପ୍ରକାଶ କରିବା ସହ ୪ ସପ୍ତାହ ମଧ୍ୟରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁଗୁଳ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଅନୁସାରେ ପ୍ରେମି ଯୁଗଳ ପରଷ୍ପରକୁ ୧୫ ବର୍ଷ ହେଲା ଭଲ ପାଉଥିଲେ । ଉଭୟଙ୍କ ପରିବାର ମିଶି ମାର୍ଚ୍ଚ ୨୦୨୨ରେ ବିବାହ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ମାତ୍ର ପୁଅ ଖବର ପାଇଥିଲା ତାଙ୍କ ପ୍ରେମିକାର ବିବାହ ତାଙ୍କୁ ଲୁଚାଇ ଅନ୍ୟ ଜାଗାରେ ସ୍ଥିର ହୋଇଥିଲା ।ସେ ବିଚଳିତ ହୋଇ ତାଙ୍କ ପ୍ରେମିକାଙ୍କୁ ପଚାରିବାରୁ ସେ ସତ ମାନିଯାଇଥିଲେ ଓ କହିଥିଲେ ତାଙ୍କ ଘର ଲୋକ ତାଙ୍କ ବାହାଘର ଅନ୍ୟତ୍ର ସ୍ଥିର କରିଛନ୍ତି ।ଏବଂ ଧମକ ଦେଇ କହିଥିଲେ ତାଙ୍କ ପ୍ରେମ ବିଷୟରେ ବାହାରେ ପ୍ରକାଶ କଲେ ସେ ମିଛି ମାମଲାରେ ଫସାଇଦେବେ ।

ଏଥିସହିତ ତାଙ୍କ ପ୍ରେମିକାଙ୍କ ସାନ ଭାଇ ଓ ମା ମଧ୍ୟ ଧମକ ଦେଇଥିଲେ । ପ୍ରେମିକ ଜଣକ ଏକ ପ୍ରାଇଭେଟ କମ୍ପାନୀେରେ ଇଞ୍ଜିନିୟର ଭାବେ କାମ କରୁଥିଲେ । ତାଙ୍କ ସବୁ ରୋଜଗାର ଓ ପଇସା ପ୍ରେମିକାଙ୍କ ପଛରେ ଉଡାଇଦେଇଥିଲେ । ଏସବୁ ଚିନ୍ତା କରି ୨୮ ବର୍ଷୀୟ ଅଭିଜିତ ଫେୃବଆରୀ ୧୪ ତାରିଖରେ ଆତ୍ମହତ୍ୟା କରିଥିଲେ।

Leave A Reply

Your email address will not be published.