Latest Odisha News

BREAKING NEWS

ଚମକିବ ପୁରୀ ଭୁବନେଶ୍ବର ବାଇପାସ୍, ଆସନ୍ତାକାଲି ଆଲୋକୀକରଣକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଲୋକରେ ଚମକିବ ପୁରୀ ଭୁବନେଶ୍ବର ବାଏପାସ୍ । ଆଲୋକିତ ହେବ ୧୨ କିଲୋମିଟର ମୁଖ୍ୟ ରାସ୍ତା । ଉପକୃତ ହେବେ ଏକାମ୍ର, ମଧ୍ୟ, ଉତ୍ତର ଓ ଜୟଦେବ ଭୁବନେଶ୍ବର ବାସିନ୍ଦା । ବୁଧବାରଠାରୁ ୧୨ କିଲୋମିଟର ବିସ୍ତୃତ ଏହି ରାସ୍ତା ଆଲୋକରେ ଝଲସିବ ।

ଆସନ୍ତାକାଲି ସଂଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ଏହି ଆଲୋକୀକରଣର ଲୋକାର୍ପଣ କରିବେ । ଏଥିରେ ୩୮୭ ଲାଇଟ ଖୁଣ୍ଟ ଥିବାବେଳେ ହାଇଟେକ୍ ଛକ, କେଶୁରା ଛକ, ସାଇ ମନ୍ଦିର ଛକ ଓ ଲିଙ୍ଗିପୁର ଛକରେ ୪ଟି ହାଇମାସ୍କ ଲାଇଟ ଲାଗିବାର ବ୍ୟବସ୍ଥା ରହିଛି । ବିଦ୍ୟୁତ ନିୟନ୍ତ୍ରଣ ପାଇଁ ୪ଟି ଟ୍ରାନସ୍ଫର୍ମରର ବ୍ୟବସ୍ଥା କରାଯାଇଛି ।

୨୦୧୭ରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା । ହେଲେ ଏନଏଚଏଆଇ ମଞ୍ଜୁରୀ ଦେବାରେ ବିଳମ୍ବ କରିଥିବା ଅଭିଯୋଗ ହୋଇଛି । ଜାତୀୟ ରାଜପଥରେ ଖୁଣ୍ଟିର ଉଚ୍ଚତାକୁ ନେଇ ଆପତ୍ତି ଉଠାଇଥିଲା ଏନଏଚଏଆଇ । ପରେ ରାଜ୍ୟ ସରକାର ସଂଶୋଧିକ ପ୍ରକଳ୍ପର କାର୍ଯ୍ୟ ଆଗେଇଥିଲେ । ଏହି ବୃହତ ଆଲୋକିକରଣ ପ୍ରକଳ୍ପ ପାଇଁ ୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

Comments are closed.