Latest Odisha News

BREAKING NEWS

ହତ୍ୟା ଅଭିଯୁକ୍ତଙ୍କ ସହ ସେଲଫି ନେଇ ବଦଳି ହେଲେ ପୋଲିସ ବାବୁ

କୋଣାର୍କ: ହତ୍ୟା ଅଭିଯୁକ୍ତଙ୍କ ସହ ସେଲ୍ଫି ଉଠାଇବା ମହଙ୍ଗା ପଡିଛି ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଆଇଆଇସି ବୁଲୁ ମୁଣ୍ଡାଙ୍କୁ । ଏହି ଘଟଣା ଲୋକଲୋଚନକୁ ଆସିବା ପରେ ପୁରୀ ଏସପି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ଏପରିକି ଏସପିଙ୍କ ନିର୍ଦ୍ଦେଶାନୁଯାୟୀ ଆଇଆଇସିଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା ।

ମିଳିଥିବା ସୂଚନାନୁଯାୟୀ ରାଧା ମୋହନ ବିଶ୍ୱାଳ ନାମକ ଜଣେ ହତ୍ୟା ଅଭିଯୁକ୍ତଙ୍କୁ ପୋଲିସ ଗାଡିରେ ଅନ୍ୟତ୍ର ନିଆଯାଉଥିବା ବେଳେ ତାଙ୍କ ସହ ସେଲଫି ଉଠାଇଥିଲେ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଆଇଆଇସି ।

ପରେ ଏହି ସେଲଫି ସୋସିଆଲ୍ ମିଡିଆରେ ପୋଷ୍ଟ କରାଯାଇଥିବା ବେଳେ ମାତ୍ର କିଛି ଘଣ୍ଟା ମଧ୍ୟରେ ଏହା ଭାଇରାଲ ହୋଇଥିଲା । ପରେ ଏହି ଘଟଣା ସମ୍ପର୍କରେ ଅବଗତ ହେବାପରେ ପୁରୀ ଏସପି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

Comments are closed.