Latest Odisha News

ପୁରୀ ବାଣ ବିସ୍ଫୋରଣ ଘଟଣା: ଆଖି ବୁଜିଲେ ଆଉ ଦୁଇ ଜଣ, ମୃତ୍ୟୁ ସଂଖ୍ୟ ୯କୁ ବୃଦ୍ଧି

ପୁରୀ/କଟକ: ପୁରୀ ବାଣ ବିସ୍ଫୋରଣ ଘଟଣାରେ ବୃଦ୍ଧି ପାଉଛି ମୃତ୍ୟୁ ସଂଖ୍ୟା । ଚିକିତ୍ସାଧୀନ ଅବସ୍ଥାରେ ଆଜି ଆଖି ବୁଜିଲେ ଆଉ ଦୁଇ ଜଣ ଆହତ । ଜଣେ ମୃତକ ହେଉଛନ୍ତି ଶଙ୍କର ବେହେରା (୩୮) ଅନ୍ୟ ଜଣଙ୍କ ନାଁ ଘୋଷଣା ହୋଇନାହିଁ । ଏହାକୁ ମିଶାଇ ୯ରେ ପହଞ୍ଚିଛି ମୃତ୍ୟୁସଂଖ୍ୟା ।

ତେବେ ଶଙ୍କର ଗୁରୁତର ଅବସ୍ଥାରେ କଟକ ଏସସିବିରେ ଭର୍ତ୍ତି ହୋଇଥିଲେ । ତାଙ୍କ ଦେହ ୯୦ ପ୍ରତିଶତ ଜଳିଯାଇଥିବାବେଳେ ତାଙ୍କୁ ପ୍ଲାଷ୍ଟିକ ସର୍ଜରୀ ବିଭାଗର ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଥିଲା । ହେଲେ ଶୁକ୍ରବାର ବିଳମ୍ବିତ ରାତିରେ ଶଙ୍କର ବେହେରାଙ୍କର ମୃତ୍ୟୁ ହୋଇଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି ।

ବର୍ତ୍ତମାନ ସୁଦ୍ଧା ବିଭିନ୍ନ ହସ୍ପିଟାଲରେ ୨୧ ଜଣ ଆହତ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ଭିତରୁ କିଛି ଗୁରୁତର ରହିଛନ୍ତି । କିଛି ଜଣଙ୍କ ଶରୀର ୯୦ରୁ ୯୫ ପ୍ରତିଶତ ପୋଡିଯଇଥିବାବେଳେ, ସେମାନଙ୍କୁ ଚିହ୍ନିବା କଷ୍ଟକର ହୋଇପଡିଛି । ପରିଚୟ ଜାଣିବାକୁ ଡିଏନଏ ଟେଷ୍ଟ ପାଇଁ ସାମ୍ପଲ ପଠାଯାଇଛି । ରିପୋର୍ଟ ଆସିଲେ ସେମାନଙ୍କ ପରିଚୟ ଜଣାପଡିବ । ଘଟଣାରେ ଆହୁରି ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା ରହିଛି ।

ସୂଚନାଯୋଗ୍ୟ, ମେ’ ୨୯ ତାରିଖ ବୁଧବାନ ସନ୍ଧ୍ୟା ସମୟରେ ପୁରୀର ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ବେଳେ ଘଟିଥିଲା ଏହି ଅଘଟଣ । ଲୋକେ ବାଣ ବାଣ ଫୁଟାଇଲା ବେଳେ ଏକ ବାଣ ଗଦାରେ ନିଆଁ ପଡ଼ି ଯିବାରୁ ସେଥିରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ତେବେ ବାଣ ଫୁଟାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କାହାକୁ ଅନୁମତି ଦିଆଯାଇ ନଥିଲା କିମ୍ବା ମନ୍ଦିର ପ୍ରସାସନ ପକ୍ଷରୁ ମଧ୍ୟ କୌଣସି ପ୍ରକାର ଆତସବାଜି ପାଇଁ ଆୟୋଜନ ହୋଇନଥିବା କୁହାଯାଉଛି ।

Leave A Reply

Your email address will not be published.