ପୁରୀ : ଚଳିତ ବର୍ଷ ପୁଣି ଆରମ୍ଭ ହେବ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ । କୋଭିଡ ଗାଇଡଲାଇନ ଅନୁସାରେ କୋଣାର୍କ ଉତ୍ସବ ଓ ଇକୋ ରିଟ୍ରିଟ ଆରମ୍ଭ ହେବାକୁ ଯାଉଛି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନ ବିଭାଗ ପ୍ରସ୍ତୁତି ଚଳାଇଛି । ଏଥିପାଇଁ ଜିଲ୍ଲାପାଳ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ ଆଜି ରାମଚଣ୍ଡି ମୁହାଁଣକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ରାମଚଣ୍ଡି ମୁହାଣରେ ଇକୋ ରିଟ୍ରିଟ, କୋଣାର୍କରେ କୋଣାର୍କ ଉତ୍ସବ ଓ ଚନ୍ଦ୍ରଭାଗା ବେଳେଭୂମିରେ ଆନ୍ତଃର୍ଜାତୀୟ ବାଲୁକା କଳା ଉତ୍ସବ ଆୟୋଜିତ ହେବ । କୋଣାର୍କ ଉତ୍ସବ ସରିବା ପରେ ଇକୋ ରିଟ୍ରିଟ୍ ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି ।

ଅନ୍ୟପଟେ କରୋନା ଯୋଗୁଁ ଏଥର ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଛି । କୋଣାର୍କ ଓ ରାମଚଣ୍ଡି ବେଳାଭୂମି ସଫେଇ କାମ ଚାଲିଛି ।ଖୁବ୍ ଶିଘ୍ର ପାନୀୟ ଜଳ ଓ ବଦ୍ୟୁତ ସଂଯୋଗ ବ୍ୟବସ୍ଥା,ଟେଣ୍ଟ ଆଦି କାମ ଆରମ୍ଭ ହେବ ।ପର୍ଯ୍ୟଟକମାନେ ବେଳେଭୂମିରେ ରହି ପ୍ରାକୃତିକ ପରିବେଶକୁ ମନଭରି ଉପଭୋଗ କରିପାରିବେ ।ପାରା ସେଲିଂ ଓ ଯୋଗ ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ଆଜି ସ୍ଥାନ ପରିଦର୍ଶନ ସମୟରେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା,ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜ ପ୍ରଧାନ,ତହସିଲଦାର ଏସ୍କେ ସାଗିର,କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।କୋଭିଡ ଗାଇଡ ଲାଇନ ଅନୁସାରେ ଇକୋ ରିଟ୍ରିଟ କାମ ଆରମ୍ଭ କରିବା ପାଇଁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି ।
Comments are closed.