Latest Odisha News

BREAKING NEWS

ଆଇନଜୀବୀ ପଜିଟିଭ ଚିହ୍ନଟ ହେବା ପରେ ପୁରୀ ଜିଲ୍ଲା କୋର୍ଟରେ ପଡିଲା ତାଲା

ପୁରୀ: ପୁରୀ ଜିଲ୍ଲା କୋର୍ଟର ଜଣେ ଆଇନଜୀବୀ ଓ ତହସିଲ କାର୍ଯ୍ୟାଳୟର ଜଣେ ‘ମୋହରିର’ କରୋନା ପଜିଟିଭ୍ ଚିହ୍ନଟ ହେବା ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଡିଏସଆର ଅଫିସ ବନ୍ଦ କରାଯାଇଛି |

ଗଣମାଧ୍ୟମକୁ ସୂଚନା ଦେଇ ପୁରୀ ସବ୍-କଲେକ୍ଟର ଭବତରନା ସାହୁ କହିଛନ୍ତି ଯେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ତହସିଲ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଛି।

ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ହରିହର ଛକ ଠାରୁ ଟାଉନ୍ ହଲ୍ ଛକ ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟେଣ୍ଟମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି ବୋଲି ସେ କହିଛନ୍ତି।

ସେହିପରି ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ପୁରୀ ଜିଲ୍ଲାର ବ୍ରହ୍ମଗିରି ଗାଁକୁ ସଟଡାଉନ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ ମଧୁସ୍ମିତା ସାହୁ |

Comments are closed.