Latest Odisha News

BREAKING NEWS

ପୁରୀ ଶିଳ୍ପ କେନ୍ଦ୍ର ଉନ୍ନୟନ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍

ପୁରୀ: ଭିଜିଲାନ୍ସ ଜାଲରେ ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ରର ଉନ୍ନୟନ ଅଧିକାରୀ ସୀତାରାମ ସାହୁ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ପଞ୍ଝା ମାରିଛି ଭିଜିଲାନ୍ସ ଟିମ୍ । ପୁରୀ, ଭୁବନେଶ୍ୱର ଓ ନୟାଗଡ଼ରେ ଏକକାଳୀନ ୫ଟି ସ୍ଥାନରେ ରେଡ୍ ଚାଲିଛି । ସୀତାରାମଙ୍କ ପୁରୀ ସିଧମହାବିର ବାସଭବନରେ ଚଢାଉ ଜାରି ରହିଛି ।

ଚଢ଼ାଉରେ ସାମିଲ ଅଛନ୍ତି ଭିଜିଲାନ୍ସ ବିଭାଗର ୮ଟି ଟିମ୍ । ଏହି ଟିମରେ ୪ ଜଣ ଡିଏସପି, ୫ ଇନସପେକ୍ଟର ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । ବର୍ତ୍ତମାନ ଚଢ଼ାଉ ଜାରି ରହିଛି । ଶିଳ୍ପ କେନ୍ଦ୍ରର ଉନ୍ନୟନ ଅଧିକାରୀ ସୀତାରାମ ସାହୁ କେତେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଛନ୍ତି ତାହା ସ୍ପଷ୍ଟ ହୋଇନି ।

Comments are closed.