Latest Odisha News

BREAKING NEWS

ରଥଯାତ୍ରା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ପୁରୀ ଗଜପତି ଲେଖିଲେ ଚିଠି

ଭୁବନେଶ୍ୱର : କରୋନା ସଂକ୍ରମଣ ଭୟରେ ଚାରିଆଡେ ଲକ୍ ଡାଉନ ଘୋଷଣା ହୋଇଛି । ଏପରି ସ୍ଥିତିରେ ପୁରୀରେ ଘୋଷଯାତ୍ରା କିପରି ହେବ ତାକୁ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଉଛି । ତେବେ ଏ ନେଇ ଶୁକ୍ରବାର ଗଜପତି ମହାରାଜ ଦିବ୍ୟ ସିଂହଦେବ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ଚିଠି ଲେଖିଛନ୍ତି । ସେ ରଥଯାତ୍ରା ପାଳନ ନେଇ ନିଷ୍ପତ୍ତି ନେବାକୁ ଏଥିରେ ଉଲ୍ଲେଖ କରିଛନ୍ତି ।

ଅକ୍ଷୟ ତୃତୀୟାଠାରୁ ରଥ ତିଆରି କାମ ଆରମ୍ଭ ହୁଏ । ଏହା ପରେ ଚନ୍ଦନ ଯାତ୍ରା ଓ ସ୍ନାନ ଯାତ୍ରା ମଧ୍ୟ ଅନୁଷ୍ଠିତ ହେବ । ଏହା ବ୍ୟତୀତ ରଥଯାତ୍ରା ପାଇଁ ଶ୍ରୀମନ୍ଦିରରେ ଅନେକ ନୀତିକାନ୍ତି ହୋଇଥାଏ ।  ତେଣୁ ଏସବୁ ନୀତିକାନ୍ତି କରାଯିବ କି ନାହିଁ ସେ ନେଇ ତୁରନ୍ତ ନିଷ୍ପତ୍ତି ନେବାକୁ ଗଜପତି ଚିଠି ଜରିଆରେ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି ।

Leave A Reply

Your email address will not be published.