Latest Odisha News

BREAKING NEWS

ସୌମ୍ୟ ରଞ୍ଜନ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚକୁ ସଫଳତା, ଆଉ ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ବାଲିଅନ୍ତାର ସୋମ୍ୟ ରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ହତ୍ୟାକାଣ୍ଡ ଘଟଣାରେ କ୍ରାଇମ୍‌ବ୍ରାଞ୍ଚକୁ ବଡ଼ ସଫଳତା ମିଳିଛି । ହତ୍ୟାକାଣ୍ଡରେ ସମ୍ପୃକ୍ତ ଆଉ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ପଞ୍ଚାନନ ବଡ଼ଜେନା ଓରଫ କାଳିଆ ଓ ରଞ୍ଜିତ ରଣା ।

ଏହି ଦୁଇ ଅଭିଯୁକ୍ତଙ୍କୁ ନୟାଗଡ଼ର ରଣପୁର ଜଙ୍ଗଲରୁ କ୍ରାଇମ୍‌ବ୍ରାଞ୍ଚ ଧରିବାରେ ସଫଳ ହୋଇଛି । ଉଭୟ ଏହି ଜଙ୍ଗଲରେ ଲୁଚିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା କ୍ରାଇମବ୍ରାଞ୍ଚ । ଏହାପରେ ସେମାନଙ୍କୁ ଧରିବାକୁ ସମସ୍ତ ପ୍ରକାର ଚେଷ୍ଟା ଆରମ୍ଭ କରିଦେଇଥିଲା ।

ପଞ୍ଚାନନ ବଡ଼ଜେନା ଓରଫ କାଳିଆ ଓ ରଞ୍ଜିତ ରଣାକୁ ଗିରଫ କରିବା ପରେ ବର୍ତ୍ତମାନ ପୋଲିସ କନଷ୍ଟେବଳ ସୌମ୍ୟରଞ୍ଜନ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କ ଗିରଫଦାରୀ ସଂଖ୍ୟା ୧୫ରେ ପହଞ୍ଚିଛି । ଏହି ଘଟଣାରେ ପୋଲିସ ୧୧ ଜଣଙ୍କୁ ଗିରଫ କରିଥିବାବେଳେ, କ୍ରାଇମବ୍ରାଞ୍ଚ ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

Leave A Reply

Your email address will not be published.