Latest Odisha News

BREAKING NEWS

ଶନି ଓ ରବିବାର ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ଆସନ୍ତା ୨୪ରୁ ଲାଗୁ ହେବ ନିୟମ, ଭକ୍ତ ନିରାଶ 

ପୁରୀ: କରୋନା ସ୍ଥିତିକୁ ନେଇ ପୁରୀ ଶ୍ରୀମନ୍ଦିରରେ ବଢିଲା କଟକଣା । ସପ୍ତାହରେ ଦୁଇ ଦିନ ଜଗା ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । ଶନିବାର ଓ ରବିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ଭକ୍ତ । ଶ୍ରୀମନ୍ଦିର ଭିତରେ ବାହାର କାଠ ନିକଟରୁ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ଦିଆଯାଇଛି । ଆସନ୍ତା ୨୪ ତାରିଖରୁ ଏହି ନିୟମ ଲାଗୁ ହେବ ବୋଲି ଆଜି ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଏହାସହ ବାହାର ଭକ୍ତଙ୍କ ପାଇଁ RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । କୋଭିଡ ନେଗେଟିଭ ରିପୋର୍ଟ ଥିଲେ ଦର୍ଶନ ଅନୁମତି ଦିଆଯିବ । କିମ୍ବା ଦୁଇ ପର୍ଯ୍ୟାୟ ଟିକା ନେଇଥିବା ବାଧ୍ୟତାମୂଳକ । ମନ୍ଦିର ଭିତରେ ବାହାରେ ମାସ୍କ ପିନ୍ଧିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି । ଏହି ସବୁ ପ୍ରସଙ୍ଗରେ ବିଭିନ୍ନ ସେବାୟତ ନିଯୋଗର ପ୍ରତିନିଧିମାନଙ୍କ ଠାରୁ ମତାମତ ନିଆଯାଇଛି ।

ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କେବି ସିଂ, ଛତିଶା ନିଯୋଗ ମହାନାୟକଙ୍କ ସମେତ ବିଭିନ୍ନ ସେବାୟତ ନିଯୋଗର ପ୍ରତିନିଧି ସାମିଲ ହୋଇଥିଲେ । କରୋନାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ଏସଓପି ପରିବର୍ତ୍ତନ ନେଇ ବୈଠକରେ ଆଲୋଚନା ହୋଇଛି ।

Leave A Reply

Your email address will not be published.