Latest Odisha News

BREAKING NEWS

ନୀଳାଦ୍ରି ବିଜେ ଯାଏଁ ଲକଡାଉନରେ ରହିବ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର

ଭୁବନେଶ୍ୱର/ପୁରୀ: ଆସନ୍ତା ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ ପୂର୍ବପରି କଟକଣା ଜାରି ରହିବ ଏବଂ ଖୁବ୍ କମ୍ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ସ୍ନାନା ପୂର୍ଣ୍ଣିମା ଏବଂ ରଥ ଯାତ୍ରା ଅନୁଷ୍ଠିତ ହେବ।

ଦେଶରେ ଅନଲକ୍-୧ ପର୍ଯ୍ୟାୟ ଆରମ୍ଭ ହୋଇଥିବା ବେଳେ ସୋମବାର ଦିନ ସ୍ନାନ ପୂର୍ଣ୍ଣିମା ସଂକ୍ରାନ୍ତିୟ ଏକ ସମୀକ୍ଷା ବୈଠକ ପରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି।

ଏହି ବାର୍ଷିକ ମହୋତ୍ସବ ଜୁଲାଇ ୫ରେ ନୀଳାଦ୍ରି ବିଜେ ସହ ସମାପ୍ତ ହେବ।

ଆହୁରି ମଧ୍ୟ ମୁଖ୍ୟ ପ୍ରଶାସକ ଭକ୍ତମାନଙ୍କୁ ଉଭୟ ସ୍ନାନ ପୂର୍ଣ୍ଣିମା ଏବଂ ରଥ ଯାତ୍ରା ସମୟରେ ବଡ ଦାଣ୍ଡରେ ଭିଡ଼ ନକରିବାକୁ ନିବେଦନ କରି ଛନ୍ତି । ଏହାଛଡା ଶ୍ରୀକୁମାର କହିଛନ୍ତି ଯେ, ଲୋକମାନେ ନିଜ ଘରେ ଆରାମରେ ରହି ସମସ୍ତ ପର୍ବ ଏବଂ ରୀତିନୀତିକୁ ସିଧା ପ୍ରସାରଣ ମାଧମରେ ଦେଖିପାରିବେ ।

ଡିଜି (କେନ୍ଦ୍ରୀୟ ପରିସର) ଆଶିଷ ସିଂ, ଜିଲ୍ଲାପାଳ ବଲୱନ୍ତ ସିଂ ଏବଂ ଏସପି ଉମାଶଙ୍କର ଦାଶ ଏହି ବୈଠକରେ ଯୋଗ ଦେଇଥିଲେ।

Comments are closed.