Latest Odisha News

BREAKING NEWS

[ଭିଡ଼ିଓ] ଯୁବ ସମ୍ବାଦିକ ପ୍ରବୀର ପ୍ରଧାନଙ୍କ ବିୟୋଗରେ ଶ୍ରୀମନ୍ଦିର ସମ୍ମୁଖରେ ସମୂହ ଦୀପଦାନ

ପୁରୀ: ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ବିୟୋଗରେ ପୁରୀ ସାମ୍ୱାଦିକ ସଙ୍ଘ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ସିଂହଦ୍ବାର ସମ୍ମୁଖରେ ଶ୍ରୀଜଗନ୍ନାଥଙ୍କ ନିକଟରେ ସମୂହ ଦୀପଦାନ କରାଯାଇଛି।

ସ୍ୱର୍ଗତଃ ପ୍ରବୀର କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଆଜି ଅକାଳରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

କରୋନା ଆକ୍ରାନ୍ତରେ ଏପର୍ଯ୍ୟନ୍ତ ଓଡ଼ିଶାର ଅନେକ ଗଣମାଧ୍ୟମ ପ୍ରତିନିଧିଙ୍କ ମୃତ୍ୟୁ ଘଟିଲାଣି । ଆଜି ସେହି ମୃତ୍ୟୁ ସଂଖ୍ୟାରେ ଆଉ ଜଣେ ଯୋଡି ହୋଇଗଲେ ।

ନିଉଜ 18 ର ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ଦେହାନ୍ତରେ ଗଣମାଧ୍ୟମ ଜଗତ ଆଜି ମର୍ମାହତ, ଦୁଖୀ । ଓଡ଼ିଆ ସାମ୍ବାଦିକତା ଜଗତ ଆଉ ଜଣେ ଦକ୍ଷ ସାମ୍ବାଦିକଙ୍କୁ ହରାଇଛି।

କରୋନା ଯୋଦ୍ଧା ଭାବେ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ ପ୍ରବୀର । କିନ୍ତୁ ତାଙ୍କର ସ୍ମୃତି ଚୀର ଦିନ ଉଜ୍ଜୀବିତ ହୋଇ ରହିବ। ତାଙ୍କର ଅମର ଆତ୍ମା ର ସଦଗଦି କାମନା କରି ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ପୁରୀର ସମସ୍ଥ ବୈଦ୍ୟୁତିକ ଓ ଛାପା ସାମ୍ବାଦିକ ମାନେ ସମୂହ ଦୀପ ଦାନ କରିଛନ୍ତି । ଏହି ଅବସରରେ ଶ୍ରୀମନ୍ଦିର ପୁରୋହିତ ପଦ୍ମନାଭ ମହାପାତ୍ର, ପଣ୍ଡିତ ପଦ୍ମନାଭ ତ୍ରିପାଠୀ, ବରିଷ୍ଠ ଓ ଯୁବ ସାମ୍ବାଦିକ ମାନେ ଉପସ୍ଥିତ ରହିଥିଲେ।

Comments are closed.