Latest Odisha News

BREAKING NEWS

ଜିଲ୍ଲା ବାହାରକୁ ଯିବନି ମହାପ୍ରସାଦ

ପୁରୀ: କରୋନାକୁ ନେଇ ଶ୍ରୀମନ୍ଦିର ମହାପ୍ରସାଦ ଉପରେ ଆଜିଠୁ କଟକଣା । ଜିଲ୍ଲା ବାହାରକୁ ମହାପ୍ରସାଦ ପଠାଯିବା ଉପରେ ରୋକ ଲଗାଯାଇଛି । ଆବଶ୍ୟକ ଅନୁଯାୟୀ ମହାପ୍ରସାଦ ରନ୍ଧାଯାଉଛି । ସେବାୟତଙ୍କ ଭିତରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଆଜିଠୁ ବରାଦି ମହାପ୍ରସାଦ ଉପରେ କଟକଣା ଲଗାଯାଇଛି ।

କୌଣସି ସୁଆର ସେବକ ବାହାର ଲୋକଙ୍କଠାରୁ ମହାପ୍ରସାଦ ବରାଦ ରଖିବେ ନାହିଁ। ପିତୃପକ୍ଷ ଚାଲିଥିବାରୁ କେବଳ ଶ୍ରୀମନ୍ଦିର ସେବକ ଏବଂ ପୁରୀ ସହରବାସୀଙ୍କୁ ବରାଦୀ ମହାପ୍ରସାଦ ଯୋଗାଇ ଦିଆଯିବ। ସୁଆର ମହାସୁଆର ନିଯୋଗ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି ।

ମହାପ୍ରସାଦ ପାଇଁ ଶ୍ରୀମନ୍ଦିର ଉତ୍ତରଦ୍ବାର, ଦକ୍ଷିଣଦ୍ବାର ଏବଂ ସିଂହଦ୍ବାର ସମ୍ମୁଖରେ ପ୍ରତ୍ୟେକ ଦିନ ବହୁ ଲୋକଙ୍କ ଭିଡ ହେଉଥିବାରୁ ଏଭଳି କଟକଣା ଜାରି କାଯାଇଥିବା ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ସୂଚନା ଦେଇଛନ୍ତି। ସୋମବାରଠାରୁ ସୁଆର ସେବକ, ବୋଝିଆ ଏବଂ ତୁଣିଆଙ୍କ ସଂଖ୍ୟା ପ୍ରାୟ ୭୦% ହ୍ରାସ କରାଯିବ ବୋଲି ସେ କହିଛନ୍ତି। କରୋନା ସ୍ଥିତିରେ ସୁଧାର ଆସିବା ପରେ ପୁରୀ ବାହାର ଲୋକେ ପୂର୍ବପରି ବରାଦୀ ମହାପ୍ରସାଦ ପାଇପାରିବେ। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ କୌଣସି ମତାମତ ଦିଆଯାଇ ନାହିଁ।

Comments are closed.