ପୁରୀ : ପୁରୀରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଆମ୍ବୁଲାନ୍ସ ଭିତରେ ଜଣେ ମହିଳା ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । କିଛି ଦିନ ତଳେ ମହିଳା ଜଣଙ୍କୁ ବଡଦାଣ୍ଡ ପାଖ ମାଳିଯାଗା ପାଖରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ମହିଳା ଜଣଙ୍କ ଏକ ଆଶ୍ରୟ ସ୍ଥଳୀରେ ରହୁଥିବା ବେଳେ ଗତକାଲି ତାଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା। ଫଳରେ ତାଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ଜ଼ିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା।
ହସ୍ପିଟାଲ ପରିସରରେ କର୍ମଚାରୀଙ୍କ ଅବହେଳା ପାଇଁ ଆମ୍ବୁଲାନ୍ସରେ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ଯାହା ଫଳରେ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖା ଦେଇଥିଲା । ସ୍ବେଛାସେବୀ ଜଣକ ଦୀର୍ଘ ସମୟ ପର୍ଯ୍ୟନ୍ତ ମହିଳା ଓ ତାଙ୍କ ଶିଶୁ କନ୍ୟାକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆମ୍ବୁଲାନସ ଭିତରେ ଧରିକି ବସିଥିବା ଦେଖିବାକୁ ମିଳିଥିଲା। ସେପଟେ ଘଟଣା ସମ୍ପର୍କରେ ସିଡିଏମଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
Comments are closed.