Latest Odisha News

BREAKING NEWS

ପୁରୀ ଶିଶୁକନ୍ୟା ଦୁଷ୍କର୍ମ ଘଟଣା: ଅଭିଯୁକ୍ତ ଗିରଫ

ପୁରୀ: ପୁରୀ  ଶିଶୁକନ୍ୟା ଦୁଷ୍କର୍ମ ଘଟଣା । ଟାଉନ ଥାନା ଅନ୍ତର୍ଗତ ସିଦ୍ଧବକୁଳ ଲେନରେ ଶିଶୁକନ୍ୟାକୁ ଦୁଷ୍କର୍ମ ଘଟଣାର ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ । ପୁରୀ ପୋଲିସର ସ୍ବତନ୍ତ୍ର ଟିମ୍ ଅଭିଯୁକ୍ତ ମହେଶ ମହାନ୍ତିକୁ ଆଜି ଗିରଫ କରିଛି । ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସର ଚାରି ଜଣିଆ ଟିମ ବିଭିନ୍ନ ସ୍ଥାନରେ ଚଢାଉ କରୁଥିବା ବେଳେ ଘଟଣାର ଚାରିଦିନ ପରେ ଅଭିଯୁକ୍ତ ମହେଶ ମହାନ୍ତିକୁ ଆଜି ସନ୍ଧ୍ୟାରେ ଗିରଫ କରିଛି  ।

ଅଭିଯୁକ୍ତ ମହେଶ ମହାନ୍ତିକୁ ଗିରଫ ପରେ ଅଧିକ ପଚରାଉଚରା କରାଯାଉଛି । ଗତ ୨୩ ତାରିଖରେ ପୁରୀ ଟାଉନ ଥାନା ଅନ୍ତର୍ଗତ ସିଦ୍ଧବକୁଳ ଲେନରେ ଜଣେ ପାଞ୍ଚ ବର୍ଷର ଶିଶୁ କନ୍ୟାକୁ ଅଭିଯୁକ୍ତ ମହେଶ ମହାନ୍ତି ଅତି ଅମାନୁଷିକ ଭାବେ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା।

ଏ ନେଇ ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାର ୪ ଦିନ ପରେ ଅଭିଯୁକ୍ତକୁ ଆଜି ପୋଲିସ ଗିରଫ କରିବାରେ ସଫଳ ହୋଇଛି ।

Comments are closed, but trackbacks and pingbacks are open.