Latest Odisha News

BREAKING NEWS

ପୁରୀ ପୋଲିସ କବ୍ଜାରେ ମୋବାଇଲ ଲୁଟେରା ଗ୍ୟାଙ୍ଗ

ପୁରୀ: ଏକ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୁରୀ ପୋଲିସ। ମୋଟ ୩ ଜଣ ଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଙ୍କ ଠାରୁ ୯ ଟି ଚୋରି ମୋବାଇଲ ଏବଂ ଏକ ବାଇକ ମଧ୍ୟ ଜବତ କରାଯାଇଥିବା ସୂଚନା ମିଳିଛି। ଏହି ଅଭିଯୁକ୍ତ ମାନେ ଖୋର୍ଦ୍ଧା ଜଟଣୀ ର ଇସ୍ତିଆକ ଅହମଦ , ସତ୍ୟବ୍ରତ ହରିଚନ୍ଦନ ଏବଂ ରାଜେଶ ନାୟକ ବୋଲି ଜଣାପଡିଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ କିଛିଦିନ ହେବ ପୁରୀ ସହରରେ ଏହି ଅଭିଯୁକ୍ତ ମାନେ ଏକୁଟିଆ ଦେଖି ଲୋକଙ୍କ ଠାରୁ ମୋବାଇଲ ଫୋନ ଛଢ଼େଇ ବାଇକରେ ସଂଗେ ସଂଗେ ଫେରାର ହୋଇ ଯାଉଥିଲେ।

ଏ ନେଇ ଜଣେ ବ୍ୟକ୍ତି ଙ୍କ ଅଭିଯୋଗ ପରେ ପୁରୀ କୁମ୍ଭାର ପଡ଼ା ପୋଲିସ ତଦନ୍ତ କରି ପ୍ରଥମେ ରାଜେଶ ନାୟକଙ୍କ ଠାରୁ ଏକ ଚୋରି ମୋବାଇଲ ଜବତ କରିଥିଲା। ସେ ଏହି ମୋବାଇଲ ଇସ୍ତିଆକ ଅହମଦ ଓ ସତ୍ୟବ୍ରତ ହରିଚନ୍ଦନ ଠାରୁ କିଣିଥିବା କହିବା ପରେ ପୋଲିସ ଅନ୍ୟ ୨ ଜଣ ଙ୍କୁ ମଧ୍ୟ ଧରିଥିଲା। ତେବେ ମୋବାଇଲ ଚୋରୀ ଏବଂ ଚୋରା ମୋବାଇଲ କିଣିବା ଅଭିଯୋଗ ରେ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.