Latest Odisha News

BREAKING NEWS

ଜାଣନ୍ତୁ, କେଉଁଠୁ ଆରମ୍ଭ ହେଲା ଲିପଷ୍ଟିକର ବ୍ୟବହାର !

ଭୁବନେଶ୍ୱର: “ଲିପଷ୍ଟିକ” । ଛୋଟରୁ ବଡ ସବୁ ଝିଅ ମାନଙ୍କ ପ୍ରଥମ ପସନ୍ଦ ଲିପଷ୍ଟିକ। ସେ ୫ ବର୍ଷର କୁନି ଝିଅଟେ ହେଉ କି ୫୦ ବର୍ଷର ଜଣେ ବୟସ୍କା ମହିଳା। ନିଜ ଓଠକୁ ରଙ୍ଗୀନ କରିବାକୁ ଭଲପାଆନ୍ତି ସବୁ ମହିଳା। ଆଉ ଏଥିପାଇଁ ଆବଶ୍ୟକ ପଡେ ଲିପଷ୍ଟିକର।

ତେବେ କେବେ ଆପଣଙ୍କ ମନକୁ ପ୍ରଶ୍ନ ଆସିଛି କି ଏହି ଲିପଷ୍ଟିକର ଉଦ୍ଭାବନ କେଉଁଠୁ? କିଭଳି ଆରମ୍ଭ ହୋଇଥିଲା ଏହାର ବ୍ୟବହାର? ଆଜି ଆମେ ଆପଣଙ୍କୁ ଜଣାଇବୁ ଏ ସମ୍ପର୍କରେ…

କୁହାଯାଏ, ବହୁ ବର୍ଷ ପୂର୍ବରୁ ନିଜ ଓଠକୁ ରଙ୍ଗୀନ କରିବାକୁ ଇଜିପ୍ଟର ଝିଅ ମାନେ ଗଛ ଗୁଡିକର ପତ୍ର ଓ ଫଳକୁ ଚକଟି ଏହାର ରସକୁ ଓଠରେ ଲିପ୍‌ଷ୍ଟିକ୍ ଭଳି ଲଗାଉଥିଲେ। ୧୪୦୦ ଖ୍ରୀଷ୍ଟାବ୍ଦରେ ରୋମ୍‌, ଇଟାଲୀରେ ମହିଳା ଲିପ୍‌ଷ୍ଟିକ୍ ଲଗାଇବା ସେମାନଙ୍କର ଆଭିଜାତ୍ୟ ପରିଚୟ ଭାବେ ଜଣାପଡିଥିଲା।

ପ୍ରାଚୀନ ଭାରତୀୟ ସଭ୍ୟତାରେ ମହିଳାଙ୍କ ପାଇଁ ଲିପ୍‌ଷ୍ଟିକ୍‌ର ଆଦର କିଛି କମ୍ ନଥିଲା। ପାଶ୍ଚାତ୍ୟ ଦେଶରୁ ରାଜାଘର ଓ ଜମିଦାର ଘରର ଝିଅମାନେ ଲିପ୍‌ଷ୍ଟିକ୍ ମଗାଉଥିଲେ। ସେତେବେଳେ ଭି ଲିିପଷ୍ଟିକ୍‌ର ଦର ଆବଶ୍ୟକତା ଠାରୁ ବହୁତ ମହଙ୍ଗା ଥିବା କୁହାଯାଏ।

ସେସମୟର ଏହା ସହଜରେ ମିଳୁନଥିବାରୁ ଲିପ୍‌ଷ୍ଟିକ୍ ପାଇଁ ସେମାନେ ଦେଶୀ ଜିନିଷର ପ୍ରୟୋଗ କରୁଥିଲେ। ଅଧିକାଂଶ ଝିଅ ଗୋଲାପ ଫୁଲକୁ ବାଟି ଲିପ୍‌ଷ୍ଟିକ୍ ଭଳି ବ୍ୟବହାର ।

ତେବେ ବିଗତ କିଛି ବର୍ଷ ହେବ ମହିଳାଙ୍କ ମଧ୍ୟରେ ଲିପ୍‌ଷ୍ଟିକ୍ ର ଚାହିଦା ଅଧିକ ମାତ୍ରାରେ ବୃଦ୍ଧି ପାଇଥିବାବେଳେ ସେହି ଅନୁପାତରେ ବ୍ୟବସାୟ ମଧ୍ୟ ବୃଦ୍ଧି ପାଇଛି ।

ଭଳିକିଭଳି ଦେଶୀ-ବିଦେଶୀ ବ୍ରାଣ୍ଡ ଅନଲାଇନ‌ ସାଇଟ୍‌ରେ ମିଳୁଛି। ଏକ ସର୍ଭେରୁ ଜଣାପଡିଛି ଯେ, କର୍ମଜୀବୀ ମହିଳା ନିୟମିତ ଲିପ୍‌ଷ୍ଟିକ୍ ଲଗାଇବାକୁ ଅଧିକ ପସନ୍ଦ କରୁଛନ୍ତି । ଭାରତରେ ୬୧ ପ୍ରତିସଦ ମହିଳା ଲିପ୍‌ଷ୍ଟିକ୍ ଲଗାଉଥିବା ସହ ନିଜ ହ୍ୟାଣ୍ଡ ବ୍ୟାଗ୍‌ରେ ଏହା ରଖିବା ଜରୁରୀ ମନେକରୁଥିବା ଏହି ସର୍ଭେ ରିପୋର୍ଟରେ ପ୍ରକାସ୍6 ପାଇଛି।

Leave A Reply

Your email address will not be published.