Latest Odisha News

BREAKING NEWS

ଘରେ ପଶି କରୁଥିଲେ ଡକାୟତି, ୨ ଜଣଙ୍କୁ ଧରିଲା ପୋଲିସ

ପୁରୀ: ଶୋଇଥିବା ବେଳେ ଘରେ ବୁଲାଉ ଥିଲେ କଳାକନା । ପୁରୀ ବାସେଳି ସାହି ଥାନା ପୋଲିସ ଏଭଳି ୨ ଜଣ ଚୋରକୁ ଗିରଫ କରିଛି । ଉଭୟଙ୍କ ଠାରୁ ଚୋରି ହୋଇଥିବା ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ୨ ଅଭିଯୁକ୍ତ ବାସେଳି ସାହି ଥାନା ନୋଳିଆ ସାହିର ଦୀପକ ବେହେରା ଓ ଜଗନ୍ନାଥ ବସ୍ତିର ତ୍ରିନାଥ ଦାସ ବୋଲି ଜଣାପଡ଼ିଛି । ସେମାନଙ୍କୁ ଠାରୁ ଗୋଟିଏ ମୋବାଇଲ୍, ଗୋଟିଏ ରୂପା ଚେନ୍, ଗୋଟିଏ ସୁନା ଲକେଟ୍, ପିତ୍ତଳ ବାସନକୁସନ ସହ କିଛି ଶାଢ଼ି ଜବତ ହୋଇଛି ।

Puri Police Arrested Two Accused In Robbery Case

ଅଭିଯୋଗ ଅନୁସାରେ ଗତ ୧୮ ତାରିଖ ରାତି ପ୍ରାୟ ୨ଟା ସମୟରେ ୨ ଅଭିଯୁକ୍ତ ବାସେଳି ସାହା ଥାନା ଜଗନ୍ନାଥ ବସ୍ତିର ପବିତ୍ରମୋହନ ସେନାପତିଙ୍କ ଘରୁ ଲୁଟ୍ କରିଥିଲେ । ପବିତ୍ରଙ୍କ ପରିବାରର ସମସ୍ତ ସଦସ୍ୟ ଶୋଇଥିବାର ସୁଯୋଗ ନେଇ ଘରେ କଳାକନା ବୁଲାଇ ଥିଲେ ୨ ଅଭିଯୁକ୍ତ । ସୁନା ଅଳଙ୍କାର ସହ ଅନ୍ୟ ଜିନିଷ ଲୁଟ୍ କରି ନେଇଥିଲେ ।

Leave A Reply

Your email address will not be published.