Latest Odisha News

BREAKING NEWS

Puri Police: ନିଶା ବ୍ୟବସାୟୀ ଟିକି ଖାଁର ୩ଟି ଘର ଉପରେ ବୁଲିଲା ବୁଲଡୋଜର

ପୁରୀ: ପୁରୀ ସହରର ନୀଳଚକ୍ର ନଗରରେ ବ୍ରାଉନ ସୁଗାର ବେପାରୀଙ୍କ ଘର ବୁଲଡୋଜର ଲଗାଇ ଭଙ୍ଗାଯାଇଛି l ଗତ କିଛି ଦିନ ତଳେ ପୁରୀ ପୋଲିସ ପକ୍ଷରୁ ନୀଳଚକ୍ର ନଗର ଅଞ୍ଚଳରେ ଥିବା ନିଶା ମାଫିଆଙ୍କ ବେଆଇନ ୪ ଗୋଟି ଘରକୁ ବୁଲଡୋଜର ଲଗାଇ ଭଙ୍ଗା ଯାଇଥିଲା ।

ସହରରେ ନିଶା କାରବାର ରୋକିବା ସହ ନିଶାଡି ମାନଙ୍କୁ କବଳିତ କରିବା ନେଇ ପଦକ୍ଷେପ ନିଆଯାଇଛି l ସରକାରୀ ଜମି ଜବର ଦଖଲ କରି ନିଶା କାରବାର କରୁଥିବା ପୁରୀ ଅଠର ନଳା ନିକଟ ନୀଳଚକ୍ର ନଗରର ଟିକି ଖାନଙ୍କ ଘର ଭାଙ୍ଗିଛି ପ୍ରଶାସନ ।

ଡିସେମ୍ବର ୪ ତାରିଖରେ ବ୍ରାଉନସୁଗାର ବେପାରୀ ସୁକାନ୍ତି ପଣ୍ଡାଙ୍କ ୪ଟି ଘର ମାଟିରେ ମିଶିବା ପରେ ଏବେ ଜୋଇଁ ଟିକି ଖାଁର ୩ଟି ଘରକୁ ଭଙ୍ଗାଯାଇଛି l ପୋଲିସ ଅପରେସନ ଚକ୍ରରେ ନିଶା ବେପାରୀଙ୍କୁ ସାବାଡ୍ କରିବାକୁ ଏବେ ପୁରୀ ପୋଲିସ ଲଗାତାର ଉଦ୍ୟମ ଜାରି ରଖିଛି ।

ସେହି ପରିପ୍ରେକ୍ଷୀରେ ଶାଶୁ ସୁକାନ୍ତି ପଣ୍ଡାଙ୍କ ଜୋଇଁ ଟିକି ଖାଁ ର ନୀଳଚକ୍ର ନଗରରେ ଥିବା ଦୁଇଟି ଘର ହୁଳୁହୁଲିଆ ପୋଲରେ ଥିବା ଗୋଟେ ଘରକୁ ଜେସିବି ଲଗାଇ ଭାଙ୍ଗିଦିଆଯାଇଛି l

Leave A Reply

Your email address will not be published.