ପୁରୀ: ପୁରୀ କୁ ଆସୁଥିବା ସମସ୍ତ ପର୍ଯ୍ୟଟକ କିଭଳି ସୁରକ୍ଷିତ ରହିବେ ସେ ନେଇ ପୋଲିସ ପକ୍ଷରୁ ଏକ ହେଲ୍ପ ଲାଇନ ନମ୍ୱର ଜାରି କରାଯାଇଛି। ଏହି ନମ୍ବରଟି ହେଉଛି ୬୩୭୦୯୬୭୧୦୦ । ଏଠାକୁ ଆସୁଥିବା ପର୍ଯ୍ୟଟକ କୌଣସି ଅସୁବିଧାରେ ପଡିଲେ ଏହି ନମ୍ବରରେ କଲ କରି ଜଣାଇ ପାରିବେ । ଏହି ନମ୍ବର ୨୪ ଘଣ୍ଟା କାମ କରିବ ।
ଏହି ନମ୍ବର କୁ ପ୍ରତ୍ୟେକ ଟୁରିଷ୍ଟ ବସରେ ଲଗାଇବା ପାଇଁ ସମସ୍ତ ଘରୋଇ ବସ ମାଲିକଙ୍କୁ କୁହାଯାଇଛି। ଆଜି ପୁରୀ ପୋଲିସ ପକ୍ଷରୁ ଅନୁଷ୍ଠିତ ବୈଠକ ଏହି ନିଷ୍ପତ୍ତି ନିଆଯାଇଛି । ସେହିପରି ବସ ଡ୍ରାଇଭର ଓ ହେଲପର କିଭଳି ପର୍ଯ୍ୟଟକଙ୍କୁ ଭଲ ବ୍ୟବହାର ଦେଖାଇବେ ସେ ନେଇ ପୋଲିସ ପକ୍ଷରୁ ସଚେତନ କରାଯିବ ।
ଦୁଇ ଦିନ ତଳେ ଜଣେ ବଙ୍ଗୀୟ ଦମ୍ପତିଙ୍କୁ ଆକ୍ରମଣ ହୋଇଥିଲା । ଏହା ପରେ ପୋଲିସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।
Comments are closed.