Latest Odisha News

BREAKING NEWS

ପୁରୀ ମନ୍ଦିର ଭିଡିଓ ଭାଇରାଲ ଘଟଣା, ୟୁଟ୍ୟୁବର ଅନିମେଶଙ୍କ ନାଁରେ ଏତଲା

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ଆକାଶମାର୍ଗରୁ ଭାଇରାଲ ହୋଇଥିବା ଭିଡିଓ ଘଟଣାରରେ ପୋଲିସ ରୁଜୁ କଲା ମାମଲା । କୋଲକାତାର ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀଙ୍କ ବିରୋଧରେ ରବିବାର ଏ ନେଇ ପୁଲିସ ମାମଲା ରୁଜୁ କରିଛି। ମନ୍ଦିର ଉପରେ ଦାବୀ କ୍ୟାମେରା ଲଗାଇ ଏହି ଭିଡିଓ ଫୁଟେଜ ରେକର୍ଡିଂ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ପୁରୀ ସହର ଡିଏସପିଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ଘଟଣାର ପ୍ରାଥମିକ ତଦନ୍ତ କରିବା ପରେ ଅନିମେଶ ଚକ୍ରବର୍ତ୍ତୀଙ୍କ ବିରୋଧରେ ପୁରୀ ସିଂହଦ୍ୱାର ଥାନାରେ ମାମଲା ରୁଜୁ ହୋଇଥିଲା।

ଡ୍ରୋନ୍ କ୍ୟାମେରା ଉଡ଼ାଇ, ଜଗନ୍ନାଥ ମନ୍ଦିରର ଆକାଶମାର୍ଗରୁ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଅପଲୋଡ୍ କରିଥିବା ୟୁଟ୍ୟୁବର ବିରୋଧରେ ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାୟିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ସେପଟେ ବିନା ଅନୁମତିରେ ଡ୍ରୋନ୍ ଉଡାଇବା ଓ ମନ୍ଦିରର ଭିଡିଓ ଉତ୍ତୋଳନ କରିଥିବାରୁ କ୍ଷମା ମାଗିଛନ୍ତି ଅନିମେଶ ଚକ୍ରବର୍ତ୍ତୀ।

ପୁରୀ ପୁଲିସର ଅନୁମତି ନେଇ ଶ୍ରୀମନ୍ଦିରର ଆକାଶମାର୍ଗରୁ ଫଟୋ ଉଠାଇବା ପାଇଁ ସେ ପ୍ରାୟ ୨-୩ ମାସ ତଳେ ପୁରୀ ଆସିଥିଲେ ବୋଲି କହିଛନ୍ତି। ସବୁକିଛି ତରବରିଆ ଭାବେ ହୋଇଥିଲା ଏବଂ ସମୟର ଅଭାବ ଏବଂ ଲଗାତର ବର୍ଷା ଯୋଗୁଁ ପୁଲିସକୁ ସୁଟିଂ ପାଇଁ ପଚାରିବାରେ ବିଫଳ ହୋଇଥିଲି ବୋଲି ଅନିମେଶ କ୍ଷମା ପ୍ରାର୍ଥନା କରିଥିବା ଭିଡିଓରେ କହିଛନ୍ତି।

ଅନିମେଶ କହିଛନ୍ତି ଯେ ସେ ନଭେମ୍ବର ୧୯ ତାରିଖରେ ନିଜ ୟୁଟ୍ୟୁବ ଚ୍ୟାନେଲରେ ଡ୍ରୋନ୍ ସୁଟ୍ ଅପଲୋଡ୍ କରିଥିଲେ। ସେ କହିଛନ୍ତି, “ମୁଁ ଭାବିଥିଲି ୟୁଟ୍ୟୁବରେ ଏଭଳି ସାମଗ୍ରୀ ଅପଲୋଡ କରିବାରେ କୌଣସି ପ୍ରତିବନ୍ଧକ ନାହିଁ। ଏହି ପୋଷ୍ଟରେ ମୁଁ ପୁରୀ ପୋଲିସକୁ ଶ୍ରେୟ ଦେଇଥିଲି, ଯାହାଫଳରେ କୌଣସି ବ୍ଲଗର ଉକ୍ତ ଅଞ୍ଚଳ ଉପରେ ଡ୍ରୋନକୁ ବିନା ଅନୁମତିରେ ଉଡ଼ାଇପାରିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ବିନା ଅନୁମତିରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇବା ପାଇଁ ପୁରୀ ଏସପିଙ୍କ ନାଁ ବ୍ୟବହାର କରିଥିବାରୁ ସେ କ୍ଷମା ପ୍ରାର୍ଥନା କରିଛନ୍ତି।

Comments are closed.