Latest Odisha News

BREAKING NEWS

ଲଗେଜ୍ ଉଠାଇ ବିଶ୍ୱାସ ଜିତିଲେ, ପଇଡ଼ରେ ନିଶା ଦେଇ ଲୁଟିନେଲେ

ପୁରୀ: ଟ୍ରେନରେ ଯାଉଛନ୍ତି କି ସାବଧାନ ରୁହନ୍ତୁ ? ନଚେତ୍ କିଏ ଆପଣଙ୍କ ବିଶ୍ୱାସ ଜିତି ଭରସା ଭାଙ୍ଗିପାରେ । ଅଧା ରାସ୍ତାରୁ କରିପାରେ ହାତ ସଫେଇ । ଏମିତି ଏକ ଟ୍ରେନ୍ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ପୁରୀ ରେଲୱେ ପୋଲିସ । ଲୁଟେରା ଗ୍ୟାଙ୍ଗର ୪ ଅଭିଯୁକ୍ତକୁ ଗିରଫ କରିବା ସହ ୧୬ ଗ୍ରାମର ସୁନା ମଙ୍ଗଳ ସୂତ୍ର, ୩ଟି ସୁନା ମୁଦି, ୮ ଗ୍ରାମର ସୁନା ଚେନ, ୩ ମୋବାଇଲ୍ ସହ ୬ ହଜାର ଟଙ୍କା ଜବତ କରିଛି ରେଲୱେ ପୋଲିସ ।

ଅଭିଯୋଗ ଅନୁସାରେ, ନଭେମ୍ବର ୩୦ ତାରିଖରେ ବ୍ରହ୍ମପୁରର ୪ ଜଣ ଯାତ୍ରୀ ପୁରୀରୁ ଟ୍ରେନ୍ ଯୋଗେ ବାହାରିଥିଲେ । ପୁରୀରେ ପ୍ଲାଟଫର୍ମକୁ ଲଗେଜ ନେଇ ଯିବା ଲାଗି ସାହାଯ୍ୟ କରି ନିକଟତପ ହୋଇଥିଲେ ଲୁଟେରା । ପରେ ଟ୍ରେନରେ ପଇଡ଼ରେ ନିଶା ଦେଇ ଲୁଟ୍ କରି ନେଇଥିଲେ । ପରେ ଲୁଟେରା ଏଟିଏମରୁ ମଧ୍ୟ ୪୬ ହଜାରରୁ ଅଧିକ ଟଙ୍କା କାଢ଼ିଥିଲେ ।

ନିଶାସକ୍ତ ଅବସ୍ଥାରେ ବ୍ରହ୍ମପୁର ଠାରେ ଜିଆରପି ଓ ଆରପିଏଫ୍ ସେମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ହସ୍ପିଟାଲରେ ଭର୍ତ୍ତି କରିଥିଲା । ଲୁଟ୍ ପରେ ଅଭିଯୁକ୍ତମାନେ ଗତ ୧୫ ତାରିଖରେ ସମାନ ଢଙ୍ଗରେ ପୁଣି ଲୁଟ୍ କରିଥିଲେ । ରେଲୱେ ପୋଲିସ ତଦନ୍ତ କରି ସେମାନଙ୍କୁ ଧରିବାରେ ସଫଳ ହୋଇଛି ।

Leave A Reply

Your email address will not be published.